Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ହରାଇ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍

ଟୋକିଓ ଅଲିମ୍ପିକ୍ସ ୨୦୨୧ର ମହିଳା ହକି କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚି ଏକ ରେକର୍ଡ ସୃଷ୍ଟି କରିଛନ୍ତି।

ଟୋକିଓ ଅଲିମ୍ପିକ୍ସ ୨୦୨୧ର ମହିଳା ହକି କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ସୋମବାର ଅନୁଷ୍ଠିତ ଏହି କ୍ୱାର୍ଟର ଫାଇନାଲ ମ୍ୟାଚରେ ୨୨ ମିନିଟ୍‍ ସମୟରେ ଭାରତୀୟ ଖେଳାଳି ଗୁରଜିତ କୌର ପେନାଲଟି କର୍ଣ୍ଣରରୁ ଏକ ଗୋଲ ସ୍କୋର କରିବା ସହିତ ଦଳକୁ ବିଜୟୀ କରାଇଥିଲେ। ପୂର୍ବରୁ ଭାରତୀୟ ଦଳ ପୁଲ୍‍ ଏ ପର୍ଯ୍ୟାୟରେ ଦୁଇଟି ବିଜୟ ଓ ତିନିଟି ପରାଜୟ ସହିତ ଚତୁର୍ଥ ସ୍ଥାନରେ ରହିଥିଲା। ସୂଚନାଯୋଗ୍ୟ ଯେ ମହିଳା ହକିରେ ହଲାଣ୍ଡ ବିଶ୍ୱ ମାନ୍ୟତାରେ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦଳ ପୁଲ୍‍ ବି ପର‌୍ୟ୍ୟାୟରେ ସମସ୍ତ ମ୍ୟାଚ ଜିତି ଶୀର୍ଷ ସ୍ଥାନରେ ରହିଥିଲା। ଭାରତୀୟ ଦଳ ସେମାନଙ୍କର ଶେଷ ଗ୍ରୁପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଥିଲେ। ଏହାପରେ ସେମାନଙ୍କୁ ଗତ ଥରର ଚମ୍ପିଆନ ଗ୍ରେଟ ବ୍ରିଟେନ ଏବଂ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ ଫଳାଫଳକୁ ଅପେକ୍ଷା କରିବାକୁ ପଡିଥିଲା। ଆୟର୍ଲାଣ୍ଡ ବିଜୟୀ ହୋଇଥିଲେ ଭାରତୀୟ ଦଳର ଆଶା ମଉଳି ଯାଇଥାନ୍ତା। କାରଣ ଏହାଦ୍ୱାରା ଆୟର୍ଲାଣ୍ଡ କ୍ୱାର୍ଟର ଫାଇନାଲକୁ ଅଧିକ ଗୋଲ ସ୍କୋର ଆଧାରରେ ପ୍ରବେଶ କରିଥାନ୍ତା। କିନ୍ତୁ ଉକ୍ତ ମ୍ୟାଚରେ ବ୍ରିଟେନ ତାହାର ପ୍ରତିପକ୍ଷ ଆୟର୍ଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିବାରୁ ଭାରତ କ୍ୱାର୍ଟରଫାଇନାଲ ଖେଳିବା ବାଟ ଫିଟିଥିଲା।

Show More

Related Articles

Back to top button