Breaking PLUSଓଡ଼ିଶାପୂଜା ପାର୍ବଣମୁଖ୍ୟ ଖବର

ଅନନ୍ତ ବ୍ରତ ପାଇଁ ଗାଇଡଲାଇନ୍ ଆଣିଲା ବିଏମସି

ଆସନ୍ତାକାଲି ଅନନ୍ତ ବ୍ରତ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡଲାଇନ୍ ଧାର୍ଯ୍ୟ କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସି କହିବା ଅନୁଯାୟୀ, ପାର୍ବଣ ଋତୁ ପାଇଁ ସରକାର ଗାଇଡଲାଇନ୍ ସ୍ଥିର କରିଛନ୍ତି । ହେଲେ ଆସନ୍ତାକାଲି ଅନନ୍ତ ବ୍ରତ ପାଇଁ ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିରରେ ଭକ୍ତଙ୍କ ଗହଳି ହୋଇପାରେ । ଯାହା ଫଳରେ କୋଭିଡ୍ ନିୟମ ଭାଙ୍ଗି ମହାପ୍ରସାଦ ସେବନ ହୋଇପାରିବ ନାହିଁ । ତା ସହିତ କେବଳ ମନ୍ଦିରର ପୂଜକମାନଙ୍କୁ ନେଇ ବିଧି ପାଳନ ହେବ ଏବଂ ମନ୍ଦିରରେ କୋଭିଡ୍ କଟକଣା ମଧ୍ୟ କଡାକଡି ଭାବେ ପାଳନ ହେବ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଅନ୍ୟପଟେ ମନ୍ଦିରରେ କେବଳ ସେହି ପୂଜକ ପ୍ରବେଶ କରିପାରିବେ, ଯେଉଁମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଥିବ । ଅର୍ଥାତ ଡବଲ ଡୋଜ୍ ଟିକା ନେଇଥିବା ପୂଜକ ହିଁ ମନ୍ଦିରରେ ପ୍ରବେଶ କରି ପୂଜା ବିଧି ପାଳନ କରିବେ । ତାଙ୍କ ସହିତ ଅନ୍ୟ କେହି ଭକ୍ତ ମନ୍ଦିର ପ୍ରବେଶ କରିପାରିବେ ନାହିଁ । କେବଳ ସେତିକି ନୁହେଁ, ମନ୍ଦିର ପ୍ରଶାସନ ମଧ୍ୟ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ, ସେନେଇ ଧ୍ୟାନ ରଖିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button