ଓଡ଼ିଶାବ୍ୟକ୍ତିତ୍ୱମୁଖ୍ୟ ଖବର

‘ହାପି ବାର୍ଥଡେ’ ମୋଦିଜୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୧ ବର୍ଷ ବୟସରେ ପାଦ ଥାପିଛନ୍ତି ମୋଦୀ ଜି । ଏହି ଅବସରରେ ସୋଶାଲ୍ ମିଡିଆରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଦେଶର ସାଧାରଣ ନାଗରିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଟିକେ ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ସେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କ ଛବି ରହିଛି ଏବଂ ଇଂରାଜୀରେ ‘ହାପି ବାର୍ଥଡେ’ ମୋଦିଜୀ’ ମଧ୍ୟ ଲେଖାଯାଇଛି । ଏହି ବାଲୁକା କଳାର ଖାସିୟତ ହେଉଛି ଯେ ଏଥିରେ ସେ ଛୋଟ ଛୋଟ ଶଙ୍ଖ ଓ ଶାମୁକାର ବ୍ୟବହାର କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ସେ ଏହି ବାଲୁକା କଳାରେ ୨୦୩୫ଟି ଶଙ୍ଖ ଓ ଶାମୁକା ବ୍ୟବହାର କରିଛ । ସେ ଆହୁରି ଲେଖିଛନ୍ତି ଯେ ଭାରତ ମାତାଙ୍କର ସେବା କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ଓ ନିରାମୟ ଜୀବନର ଆଶୀର୍ବାଦ ଦିଅନ୍ତୁ ।

Show More

Related Articles

Back to top button