ବାଣିଜ୍ୟ

Petrolରେ ଚାଲିବନି ବାଇକ୍, ସ୍କୁଟର !

ଏଥିପାଇଁ ଖୁବଶୀଘ୍ର ଦେଶରେ ଆସିବ ନୂଆ ଆଇନ : ଗଡ଼କରୀ

ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଖାଉଟି ଅସନ୍ତୋଷର କାରଣ ପାଲଟିଛି। ତେବେ ବାଇକ୍ ଓ ସ୍କୁଟର ଚଳାଉଥିବା ପେଟ୍ରୋଲ ଉପଭୋକ୍ତାମାନଙ୍କୁ ଆଉ ଦରବୃଦ୍ଧି ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି। ପେଟ୍ରୋଲ ବଦଳେ ଇଥନଲରେ ଏହି ସବୁ ହାଲୁକା ବାହନ ଚାଲିବ। ଏଥିଲାଗି ଖୁବ୍ ଶୀଘ୍ର ଆଇନ ଆଣାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ରାଜସ୍ଥାନ ଦୋସାରେ ଘୋଷଣା କରିଛନ୍ତି। ହରିୟାଣାର ସୋହନା ଓ ରାଜସ୍ଥାନର ଦୋସାରେ ଗଡ଼କରି ଜାତୀୟ ରାଜମାର୍ଗ ସମୀକ୍ଷା କାଳରେ ଏହା କହିଛନ୍ତି।ଗଡ଼କରୀ କହିଛନ୍ତି ଯେ ଏକ୍ସପ୍ରେସ-ୱେ ନିର୍ମାଣରେ ସରକାର ପରିବେଶ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ରାଜମାର୍ଗ କଡେ କଡେ ୧୧ଲକ୍ଷରୁ ଅଧିକ ବୃକ୍ଷାରୋପଣ ହେବ ବୋଲି ଗଡକରୀ କହିଛନ୍ତି। ସେହିପରି ପୂର୍ବଭଳି ଆଉ ରାଜମାର୍ଗ ଅନ୍ଧାର ରହିବନି। ଏବେ ସବୁ ରାଜମାର୍ଗ ଆଲୋକିକରଣ କରିବାକୁ ସରକାର ଲକ୍ଷ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ଜାତୀୟ ରାଜମାର୍ଗରେ ସୋଲାର ଲାଇଟ୍ ଲଗାଯିବ ବୋଲି ସେ କହିଛନ୍ତି।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଦେଶରେ ସରକାର ୨୨ଟି ଗ୍ରୀନ ନ୍ୟାସନାଲ ହାଇୱେ ନିର୍ମାଣ କରୁଥିବା ସୂଚନା ଦେଇଛନ୍ତି। ଏହି ସବୁ ରାଜମାର୍ଗ ଉପରକୁ ଯେପରି ପଶୁ ଆସି ନ ପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇ ସଡ଼କ ନିର୍ମାଣ ହେଉଛି। ଦେଶରେ ବାର୍ଷିକ ଅନୁନ୍ୟ ୫ଲକ୍ଷ ସଡ଼କ ଦୁର୍ଘଟଣା ହେଉଛି। ଏଥିରେ ଦେଢଲକ୍ଷରୁ ଅଧିକ ଲୋକେ ପ୍ରାଣ ହରାଉଛନ୍ତି। ଏଣୁ ରାଜମାର୍ଗ କରତ୍ତୃପକ୍ଷ ଜାତୀୟ ରାଜମାର୍ଗରେ ଏକ୍ସିଡେଣ୍ଟ ବ୍ଲାକ୍ ସ୍ପଟ ଚିହ୍ନଟ କରି ସେ ସବୁ ସ୍ଥାନର ସଡକ ଡିଜାଇ ପରିବର୍ତ୍ତନ କରୁଥିବାର ଗଡକରୀ କହିଛନ୍ତି।

Show More

Related Articles

Back to top button