Breaking PLUSଦେଶ ବିଦେଶମୁଖ୍ୟ ଖବର

ବାଇଡେନ୍ ନେଲେ କରୋନାର ବୁଷ୍ଟର ଡୋଜ୍

୭୭ ପ୍ରତିଶତ ଆମେରିକୀୟ ଟିକା ନେଇ ସାରିଲେଣି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନେଲେ ବୁଷ୍ଟର ଡୋଜ୍ । ବାଇଡେନ୍ କରୋନାର ବୁଷ୍ଟର ଡୋଜ୍ ନେଇଛନ୍ତି । କହିବାକୁ ଗଲେ ହ୍ୱାଇଟ୍ ହାଉସରେ ଫାଇଜର ଟିକାର ତୃତୀୟ ଡୋଜ୍ ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ଏହା ସହ ଆମେରିକାବାସୀଙ୍କୁ ସେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ବି ଦେଇଛନ୍ତି ।

ଆମେରିକାରେ ୬୫ ବର୍ଷରୁ ଊର୍ଦ୍ଧ୍ୱ ଓ ଏକାଧିକ ରୋଗରେ ପୀଡ଼ିତ ଥିବା ଲୋକଙ୍କୁ କରୋନାର ବୁଷ୍ଟର ଡୋଜ୍ ଦେବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ବୁଷ୍ଟର ଡୋଜ୍ ନେବା ପରେ ବାଇଡେନ୍ କହିଛନ୍ତି ଯେ, ଆମେରିକାର ଗୋଟିଏ ଅଂଶର ଲୋକେ ଟିକା ନେବାରେ ବାଧା ସୃଷ୍ଟି କରୁଛନ୍ତି । କରୋନାର ଗୋଟିଏ ଡୋଜ୍ ନେବା ପାଇଁ ବି ମନା କରୁଛନ୍ତି । ଯାହା ଫଳରେ ଦେଶରେ ଘାତକ ଡେଲଟା ଭାଇରସ ବ୍ୟାପିବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ୭୭ ପ୍ରତିଶତ ଆମେରିକୀୟ ଟିକା ନେଇ ସାରିଲେଣି, ଯାହାକି ପର୍ଯ୍ୟାପ୍ତ ନୁହଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏବେ ବି ଏକ ଚତୁର୍ଥାଂଶ ଟିକା ନେବାକୁ ମନା କରୁଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ପ୍ରଥମ ଡୋଜ୍ ଗତବର୍ଷ ଡିସେମ୍ବର ୨୧ ତାରିଖରେ ନେଇଥିଲେ । ତୃତୀୟ ସପ୍ତାହ ପରେ ଜାନୁଆରି ୧୧ରେ ସେ ଦ୍ୱିତୀୟ ଡୋଜ୍ ନେଇଥିଲେ । ଆଉ ଏବେ ତୃତୀୟ ଡୋଜ ଅର୍ଥାତ କରୋନାର ବୁଷ୍ଟର ଡୋଜ୍ ନେଇଛନ୍ତି ।

Show More

Related Articles

Back to top button