ଓଡ଼ିଶା

ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ ସିଲ୍‌

ସଟ୍‌ଡାଉନ୍‌ରେ ଚାଲିଥିଲା ବେପାର

୪ ନମ୍ବର ମାଛ ମାର୍କେଟ ସିଲ୍‌ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାଛ ମାର୍କେଟକୁ ସିଲ୍‌ କରାଯାଇଛି । ଅନିର୍ଦ୍ଧିଷ୍ଟ କାଳ ପାଇଁ ମାଛ ମାର୍କେଟକୁ ବନ୍ଦ କରିଛି ବିଏମ୍‌ସି । ଏହା ସହ ମୋଟା ଅଙ୍କର ଫାଇନ୍‌ ମଧ୍ୟ ଆଦାୟ ହୋଇଛି ।ଖବର ଅନୁଯାୟୀ, କୋଭିଡ ଗାଇଡ଼ ଲାଇନ ଉଲଂଘନରେ ୪ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କଲା ବିଏମସି ।

ଆଗରୁ ଜୁନ ମାସରେ ୧୫ ଦିନ ପାଇଁ ସିଲ କରିଥିଲା । ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ ଥର ଚେତାବନୀ ଦେଇଥିଲା BMC। ହେଲେ BMCର ଚେତାଵନୀକୁ ନମାନି ସର୍ଟଡାଉନରେ ଦୋକାନ ଓ ଗୋଦାମ ଖୋଲି କରୁଥିଲେ ବେପାର । ମାର୍କେଟକୁ ସିଲ କରିବା ସହ ଦୋକାନୀ ଓ ଗୋଦାମ ଉପରେ ମୋଟା ଅଙ୍କର ଫାଇନ ।

Show More

Related Articles

Back to top button