ଦେଶ ବିଦେଶମୁଖ୍ୟ ଖବର

ଭାରତ ବାୟୋଟେକ୍‌ର WHO ସହ ବୈଠକ

କୋଭାକ୍ସିନ୍‌କୁ ତାଲିକାରେ ସାମିଲ ନେଇ ହୋଇପାରେ ନିଷ୍ପତ୍ତି

ଭାରତ ବାୟୋଟେକ୍ର କୋଭାକ୍ସିନ୍ ଖୁବ୍ ଶୀଘ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତାଲିକାରେ ସାମିଲ ହୋଇପାରେ । ଡବ୍ଲୁଏଚଓ ଭାରତ ବାୟୋଟେକ୍ ର କୋଭିଡ୍ ୧୯ ପ୍ରତିରୋଧୀ ଟିକା କୋଭାକ୍ସିନ ପାଇଁ ଇଓଆଇ ପ୍ରସ୍ତାବକପ ସ୍ବୀକାର କରିସାରିଛି । ଟିକାକୁ ମଞ୍ଜୁରୀ ସମ୍ବନ୍ଧୀୟ ଦସ୍ତାବେଜ ପ୍ରଦାନ କରିବା ପୂର୍ବରୁ ବୁଧବାର ଡବ୍ଲୁଏଚଓ ସହ ବୈଠକ ହେବ ।ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏହି ବୈଠକରେ ଉତ୍ପାଦର ବିସ୍ତୃତ ସମୀକ୍ଷା କରାଯିବନାହିଁ । ମାତ୍ର ଟିକା ପ୍ରସ୍ତୁତକାରୀଙ୍କ ନିକଟରେ ଟିକାର ଗୁଣବତ୍ତାକୁ ନେଇ ଏକ ସଂକ୍ଷୀପ୍ତ ବିବରଣୀ ଦେବାପାଇଁ ସୁଯୋଗ ମିଳିବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓ୍ବେବସାଇଟ୍ ରେ ଡବ୍ଲୁଏଚଓ ୟୁଏଲ-ପିକ୍ୟୁ ମୂଲ୍ୟାଙ୍କନ ପ୍ରକ୍ରିୟା ଦସ୍ତାବେଜରେ କୋଭିଡ୍- ୧୯ ଟିକାର ସ୍ଥିତି ଉପରେ ଏହି ସୂଚନା ପ୍ରଦାନ କରାଯାଇଛି ।

ଭାରତ ବାୟୋଟେକ୍ ଗତ ସପ୍ତାହରେ କହିଥିଲା ଯେ, କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡବ୍ଲୁଏଚଓଠାରୁ ଜୁଲାଇ-ସେପ୍ଟେମ୍ବର ପର୍ଯ୍ୟନ୍ତ ମଞ୍ଜୁରୀ ମିଳିବା ନେଇ ଆଶା ଅଛି ।ଡବ୍ଲୁଏଚଓର ନିର୍ଦ୍ଦେଶାବଳୀ ଅନୁସାରେ ଜରୁରୀକାଳୀନ ବ୍ୟବହାର ସୂଚୀବଦ୍ଧ ଏଭଳି ପ୍ରକ୍ରିୟା ଯାହା ଦ୍ବାରା ଲୋକ ସ୍ବାସ୍ଥ୍ୟ ସଙ୍କଟ ସମୟରେ ନୂଆ ଏବଂ ଅଣଲାଇସେନ୍ସ ପ୍ରାପ୍ତ ଉତ୍ପାଦପ ବ୍ୟବହାରର ମଞ୍ଜୁରୀ ଦିଆଯାଇଥାଏ । ଡବ୍ଲୁଏଚଓ ଅନୁସାରେ ଔଷଧର ଦସ୍ତାବେଜ ପ୍ରଦାନ କରାଯିବା ପୂର୍ବରୁ ବୈଠକରେ ପରାମର୍ଶର ସୁଯୋଗ ଦିଆଯାଇଥାଏ । ଆବେଦନକାରୀଙ୍କୁ ଡବ୍ଲୁଏଚଓର ମୂଲ୍ୟାଙ୍କନ କରୁଥିବା ଲୋକଙ୍କ ସହ ଭେଟିବାର ସୁଯୋଗ ମିଳିଥାଏ ଯେଉଁମାନେ କି ସେହି ଉତ୍ପାଦର ସମୀକ୍ଷାରେ ସାମିଲ ହେବେ ।

Show More

Related Articles

Back to top button