Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଆସନ୍ତା ୩୦ରେ ଭଦ୍ରକ ବନ୍ଦ ଡାକରା

ଆସନ୍ତା ୩୦ରେ ବିଜେପିର ୬ ଘଣ୍ଟିଆ ଭଦ୍ରକ ଜିଲ୍ଲା ବନ୍ଦ ଡାକରା । ଭଦ୍ରକ ଜିଲ୍ଲା ବନ୍ଦ ନେଇ ଡାକରା ଦେଇଛି ଜିଲ୍ଲା ବିଜେପି । ମମିତା ମେହେରକୁ ନ୍ୟାୟ ଦେବା ସହ ମନ୍ତ୍ରୀଙ୍କୁ ଗିରଫ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ବିଜେପି ମମିତା ମେହେରଙ୍କ ହତ୍ୟା ଘଟଣା ପରଠାରୁ ପ୍ରତିବାଦ କରି ଆସୁଛି । ତେବେ ମମିତା ମେହେରଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଦାବି କରିଛି ବିଜେପି ।

ତେବେ ଏହି ଘଟଣା ପରେ ମଧ୍ୟ ରାଜ୍ୟ ସରକାର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ତେବେ ମନ୍ତ୍ରୀଙ୍କ ପାଇଁ ତଦନ୍ତ ପ୍ରଭାବିତ ହେବା ନେଇ ବିଜେପି ଦାବି କରିଛି । ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ଗିରଫ କରାଯିବା ଦାବି ନେଇ ଜିଲ୍ଲା ବନ୍ଦ ଡାକରା ଦେଇଛି । ଆସନ୍ତା ୩୦ ତାରିଖରେ ସକାଳ ୬ରୁ ଦିନ ୧୨ ପର୍ଯ୍ୟନ୍ତ ବନ୍ଦ କରିବ ଜିଲ୍ଲା ବିଜେପି । ଏନେଇ ବିଜେପି ଜିଲ୍ଲା ସଭାପତି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାର ସମସ୍ତ ବ୍ଲକରେ ବନ୍ଦ ପାଳନ ହେବ । ସ୍କୁଲ, କଲେଜ, ସରକାରୀ ଅଫିସ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ ।

Show More

Related Articles

Back to top button