Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନିଲମ୍ବିତ ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ

ଭିଜିଲାନ୍ସ ଜାଲରେ କିରାଣୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନିଲମ୍ବିତ ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ଚଢାଉ ହୋଇଥିଲା । ତାଙ୍କ ବାଲେଶ୍ୱର ସହର ନେଳିଆବାଗ ବାସଭବନ ନିକଟ ଭଡା ଘର ସହ ଏକ କାଳୀନ ତିନୋଟି ସ୍ଥାନରେ ଚଢଉ ହୋଇଛି ।

ଭିଜିଲାନ୍ସ ଜାଲରେ କିରାଣୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନିଲମ୍ବିତ ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ଚଢାଉ ହୋଇଥିଲା । ତାଙ୍କ ବାଲେଶ୍ୱର ସହର ନେଳିଆବାଗ ବାସଭବନ ନିକଟ ଭଡା ଘର ସହ ଏକ କାଳୀନ ତିନୋଟି ସ୍ଥାନରେ ଚଢଉ ହୋଇଛି । ୧୨ ଜଣିଆ ଭିଜିଲାନ୍ସ ଟିମ୍ ଏହି ଚଢଉରେ ସାମିଲ୍ ହୋଇଥିଲେ। ପ୍ରଭାକର ପ୍ରଧାନ ଗିରଫ ହୋଇଛନ୍ତି ଏବଂ ତାଙ୍କ ସ୍ତ୍ରୀ ଓ ମା ଅଟକ ଥିବା ବେଳେ ସଳା ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ସେ ତିହିଡି ବ୍ଲକରେ କ୍ୟାସିୟର ଥିବାବେଳେ ଆବାସ ଯୋଜନାରେ ହିତାଧିକାରୀଙ୍କ ଟଙ୍କା ତାଙ୍କ ପତ୍ନୀ ଓ ଶଳା ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର ହୋଇଥିବା ଅଭିଯୋଗ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢଉ ହୋଇଥିବା ସୂଚନା ମିଳିଛି। ପ୍ରାୟ କୋଡିଏ ଲକ୍ଷ ପଚିଶ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି । ଦୁଇ ଦିନ ପୂର୍ବରୁ ଜିଲ୍ଲାପାଳ ତାଙ୍କୁ ନିଲମ୍ବିନ କରିଥିଲେ।

Show More

Related Articles

Back to top button