ସ୍ୱାସ୍ଥ୍ୟ

ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଦ୍ୱାରା ଶରୀରକୁ ଏହି ସବୁ ଲାଭ ମିଳିଥାଏ : ଆସନ୍ତୁ ଜାଣିବା

ସୂର୍ଯେ୍ୟାଦୟ ପୂର୍ବରୁ ସ୍ନାନ କରିବା ଉତ୍ତମ ସ୍ନାନରେ ଗଣ୍ୟ । ଏ ସମ୍ବନ୍ଧରେ ବିଦୂର ମହାଭାରତରେ କହିଛନ୍ତି “ସୂର୍ଯେ୍ୟାଦୟ ପୂର୍ବରୁ ସ୍ନାନ କଲେ ଶରୀରରେ କୋମଳତା, ନିର୍ମଳତା, ସୁଗନ୍ଧତା, ରୂପ, ବଳ, ପରମାୟୁ ଏବଂ ଉତ୍ତମ ସ୍ୱର ଲାଭ ହୁଏ’ ତାରା ଲୁଚି ନଥିବାବେଳେ ଯେଉଁ ସ୍ନାନ କରାଯାଏ ତାହା ଉତ୍ତମ । ତାରା ବୁଡ଼ିଯିବା ପରେ ଏବଂ ସୂର୍ଯେ୍ୟାଦୟ ପୂର୍ବରୁ ଯେଉଁ ସ୍ନାନ କରାଯାଏ ତାହା ମଧ୍ୟମ ସ୍ନାନ । ସୂର୍ଯେ୍ୟାଦୟ ହେବା ପରେ ଦିନରେ ଯେଉଁ ସ୍ନାନ କରାଯାଏ ତାହାକୁ ଅଧମ ସ୍ନାନ କୁହାଯାଏ ।

ସେମିତି କେହି କେହି ବ୍ରାହ୍ମ ମୁହୂର୍ତ୍ତ – ଅର୍ଥାତ୍ ସୂର୍ଯେ୍ୟାଦୟ ପୂର୍ବରୁ ସ୍ନାନକୁ କ୍ଷୀର ସ୍ନାନ, ସୂର୍ଯେ୍ୟାଦୟ ସମୟରେ ସ୍ନାନକୁ ଜଳ ସ୍ନାନ ଏବଂ ସୂର୍ଯେ୍ୟାଦୟ ପରେ ଦିବା ୯ ଘଟିକା ଭିତରେ ହେଉଥିବା ସ୍ନାନକୁ ରକ୍ତସ୍ନାନ କହିଥାନ୍ତି । ଦିବା ୯ଘଟିକା ଭିତରେ ଯେଉଁମାନେ ସ୍ନାନ କରନ୍ତି ସେମାନେ ଅଧିକରୁ ଅଧିକ ଥଣ୍ଡା, ସର୍ଦ୍ଦି, ଏସୋନୋଫିଲିଆ ଆଦିରୋଗରେ ପୀଡ଼ିତ ହୁଅନ୍ତି । କାରଣ ଏ ସମୟରେ ବାତ, ପିତ୍ତ ଏବଂ କଫର ସମତା ନଥାଏ । ଯାହାଫଳରେ ଥଣ୍ଡା ହୁଏ ଏବଂ ସ୍ୱାସ୍ଥ୍ୟ ନଷ୍ଟ ହୁଏ ।

ଡାହାଣ ପୂଡ଼ାରେ ସୂର୍ଯ୍ୟ ନାଡ଼ିରେ ନିଶ୍ୱାସ ପ୍ରଶ୍ୱାସ ଯାତାୟତବେଳେ ସ୍ନାନ କରିବା ବିଧାନଗତ । ଏହାଦ୍ୱାରା ଶ୍ଲେଷ୍ମାଜାତ ହେବାର ଭୟ କମ୍ ଥାଏ । ସ୍ନାନ ପୂର୍ବରୁ ପ୍ରଥମେ ତୈଳ ମାଲିସ୍ କରି ଦେହକୁ ଉଷୁମ କରିନେବା ଆବଶ୍ୟକ । ସ୍ନାନ କରିବା ପୂର୍ବରୁ ପ୍ରଥମେ ମୁଖରେ ଜଳ ଭର୍ତ୍ତି କରି ଆଖିରେ ୨୧ ଥର ପର୍ଯ୍ୟନ୍ତ ଜଳଛାଟନ୍ତୁ । ତା’ପରେ ମୁଣ୍ଡ ଏବଂ ବେକକୁ ଭଲଭାବେ ଜଳରେ ଧୋଇ ସାରିବା ପରେ ସମଗ୍ର ଶରୀରକୁ ଧୁଅନ୍ତୁ । ଅନ୍ୟଥା ଶରୀରରେ ପ୍ରଥମେ ଜଳ ଢ଼ାଳିଲେ ଶରୀରର ଉଷ୍ମତା ନେତ୍ର ଏବଂ ସପ୍ତିଷ୍କରେ ପ୍ରବେଶ କରି ଅଶେଷ କ୍ଷତି ଘଟାଇବ । ଯେଉଁମାନଙ୍କୁ ଅଧିକ ସର୍ଦ୍ଦି ହୁଏ ସେମାନେ ଏହି ଉପାୟ ଅବଲମ୍ବନ କଲେ ଆଉ ସର୍ଦ୍ଦି ହେବନାହିଁ ।

ସ୍ନାନ କରିବା ସମୟରେ ନାଭିଯାଏ ଜଳରେ ପଶି ନାଭି, ତଳିପେଟକୁ ଶୀତଳ ଜଳରେ ଘଷି ଘଷି ଶୀତଳ କରି ନିଅନ୍ତୁ । ଯଦି ପହଁରା ଜାଣିଛନ୍ତି ସ୍ନାନ ସମୟରେ ପହଁରନ୍ତୁ, ସ୍ନାନରୁ ଅଧିକ ଲାଭ ପାଇବେ । ସ୍ନାନ ସମୟରେ ମୋଟା ତଉଲିଆରେ ଦେହ ହାତକୁ ଭଲଭାବେ ରଗଡ଼ି ଘଷିବା ଦ୍ୱାରା ଦେହରୁ ଢ଼େର ମଇଳା ଛାଡ଼ିଯାଇ ଲୋମ ମୂଳଗୁଡ଼ିକ ପରିଷ୍କାର ହୁଏ ।

ଏହାଦ୍ୱାରା ଚର୍ମରେ ଯେମିତି ରକ୍ତ ସଞ୍ଚାଳନ ହୁଏ ସେମିତି ସ୍ନାୟୁର ଶକ୍ତି ବୃଦ୍ଧି ପାଏ । ଶରୀରରେ ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ ଫୁଟି ଉଠେ । ଜଣେ ସୁସ୍ଥ ବ୍ୟକ୍ତି ପକ୍ଷରେ ୨୦/୨୫ ମିନିଟ୍ ସ୍ନାନ କରିବା ବିଧେୟ । ସ୍ନାନ ପରେ ଦେହର ଉତ୍ତାପ ପୁଣି ଫେରାଇ ଆଣିବାକୁ ଶୁଖିଲା ତଉଲିଆ ସାହାଯ୍ୟରେ ଦେହକୁ ଶୁଖାଇ ଘର୍ଷଣ କରିନେବା ଉଚିତ । ସ୍ନାନ ପରେ ଶୀତଳ ବାୟୁ ଯେମିତି ଦେହରେ ନ ଲାଗେ ସେଥିପ୍ରତି ନଜର ଦେବା ଆବଶ୍ୟକ ।

ସ୍ନାନ ସମୟରେ ଯଦି ମାନସିକ ଭାବନାକୁ ସେଥି ସହିତ ଯୋଡ଼ି ଦିଆଯାଏ, ତେବେ ଦ୍ୱିଗୁଣ ଲାଭ ମିଳେ । ଭାରତର ନଦୀ ଗୁଡ଼ିକର ଜଳ ଅତ୍ୟନ୍ତ ପବିତ୍ର ଏବଂ ରୋଗ ବିନାଶକାରୀ । ସେଥିପାଇଁ ସ୍ନାନ ସମୟରେ ମନ୍ତ୍ର ଉଚ୍ଚାରଣ କରି ଭାବନା କରାଯାଏ । ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଭାରତ ବର୍ଷର ସମସ୍ତ ନଦୀର ପବିତ୍ର ଜଳ ମୋର ସ୍ନାନ ସ୍ଥାନରେ ବିରାଜମାନ କରି ମୋତେ ଆୟୁ ଏବଂ ଆରୋଗ୍ୟ ପ୍ରଦାନ କରୁଛନ୍ତି । ଜଣାଯାଏ ଯେ, ଶୀତଳ ଜଳରେ ସ୍ନାନ କରିବା ଦ୍ୱାରା ପାଚକ ଶକ୍ତି ବୃଦ୍ଧି ପାଏ ।

ଯକୃତ ଏବଂ କିଡ଼୍ନୀ କାର୍ଯ୍ୟରେ ଉନ୍ନତି ଘଟେ । ହୃତପିଣ୍ଡ ମଧ୍ୟ ଅଧିକ ସୁସ୍ଥ ସବଳ ଏବଂ ସତେଜ ରହେ । ଶୀତଳ ଜଳ ହୃଦୟର ଯେଉଁ ଉପକାର କରେ ସେ ଉପକାର ପୃଥିବୀର କୌଣସି ଔଷଧରୁ ମଧ୍ୟ ମିଳିନଥାଏ । ଶୀତଳ ଜଳରେ ସ୍ନାନ କରିବା ଦ୍ୱାରା ଫୁସ୍ଫୁସ୍, ମସ୍ତିଷ୍କ ଭଳି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟ ଶକ୍ତିଶାଳୀ ଏବଂ ରୋଗ ଶୂନ୍ୟ ହୁଏ ।

Show More

Related Articles

Back to top button