ବାଣିଜ୍ୟ

ଦୀପାବଳି ପୂର୍ବରୁ କୃଷକଙ୍କୁ ବଡ଼ ଉପହାର, ଡବଲ ହେବ ପିଏମ୍‌ କିଷାନ ଟଙ୍କା !

ପାର୍ବଣ ଋତୁ କୃଷକମାନଙ୍କ ପାଇଁ ଆସିବ ଖୁସିର ଖବର । ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅର୍ଥରାଶିକୁ ୨ ଗୁଣ କରିପାରନ୍ତି ।

ଏନେଇ ବିଚାର ବିମର୍ଶ ଚାଲିଛି । ଯଦି ଏହି ପ୍ରସ୍ତାବ ଉପରେ ସହମତି ହୋଇଯାଏ । ତେବେ ବର୍ଷକୁ ୬ହଜାରରୁ ୧୨ ହଜାର ଟଙ୍କା ମିଳିପାରେ । ତେବେ ଯଦି କୃଷକମାନଙ୍କୁ ଦିଆଯାଉଥିବା ଅର୍ଥରାଶି ୨ ଗୁଣ ହୋଇଯାଏ । ତେବେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ପ୍ରଥମ କିସ୍ତି ଏବେ ୨ ହଜାର ପରିବର୍ତ୍ତେ ୪ ହଜାର ଟଙ୍କା ଆସିବ । ଯାହାକି ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାକୁ ଯିବ । ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର ଏହି ଯୋଜନାକୁ ଖୁବଶୀଘ୍ର ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ବିହାର କୃଷି ମନ୍ତ୍ରୀ ଅମରେନ୍ଦ୍ର ପ୍ରତାପ ସିଂହ ଦିଲ୍ଲୀରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣକୁ ସାକ୍ଷାତ କରିଥିଲେ । ଗଣମାଧ୍ୟମ ସହିତ କଥା ହେବା ସମୟରେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ମିଳୁଥିବା ଅର୍ଥରାଶିକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ବୋଲି କହିଥିଲେ । ଏହାପର ଠାରୁ ଏହି ଅର୍ଥରାଶି ବୃଦ୍ଧି ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

Show More

Related Articles

Back to top button