ଓଡ଼ିଶା

ବାତ୍ୟା ‘ଜୱାଦ’ର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ବର୍ଷା ।

ଏନଡିଆରଏଫ ଓ ଓଡ୍ରାଫ ଟିମ୍ ସଜାଗ

କେତେକ ସ୍ଥାନରେ ବିଳମ୍ବିତ ରାତିରୁ ଝିପି ଝିପି ବର୍ଷା ହେଉଛି । ବର୍ଷା ପାଇଁ କେତେକ ଦୋକାନ ବଜାର ବନ୍ଦ ରହିଛି । ଏପଟେ ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସତର୍କତାମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ବରିଷ୍ଠ ଅଧିକାରୀମାନଙ୍କୁ ସମୁଦ୍ର ଉପକୂଳବର୍ତ୍ତି କୁହାଯାଉଥିବା ଧାମରା, ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳକୁ ପଠାଯାଇଛି ।

ଗୋଟିଏ ଏନଡ଼ିଆରଏଫ ଟିମକୁ ଧାମରା ଗୋଟିଏ ଓଡ୍ରାଫ ଟିମ ବାସୁଦେବପୁରରେ ରହିଛନ୍ତି । ଜିଲ୍ଲାରେ ଥିବା ୯ ଗୋଟି ଅଗ୍ନିଶମ ଟିମ୍ ଓ ରାଜ୍ୟରୁ ଆସିବାକୁ ଥିବା ୧୩ଗୋଟି ଟିମକୁ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯିବ । ତେବେ ଆବଶ୍ୟକ ହେଲେ ସମୁଦ୍ର ଉପକୂଳରେ ଥିବା ବାସୁଦେବପୁର ବ୍ଲକର ୧୭ଗୋଟି ଗାଁ ଏବଂ ଚାନ୍ଦବାଲି ବ୍ଲକର ୨୯ଗୋଟି ମୋଟ ୪୬ ଗୋଟି ଗାଁର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ । ବର୍ଷା ଓ ପବନର ବେଗ ଜୋର ରହିଲେ ତଳିଆ ଅଞ୍ଚଳର ଲୋକମାନଙ୍କୁ ଜିଲ୍ଲାରେ ଥିବା ୧୦୪ଗୋଟି ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବାର ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଧାନ ଚାଷ ଅଧିକ ପ୍ରଭାବିତ ହେବା ।

Show More

Related Articles

Back to top button