ସ୍ୱାସ୍ଥ୍ୟ

ଏହି ୪ଟି ଜିନିଷ ବସି କରି ଖାଉଥିଲେ ହୋଇଯାନ୍ତୁ ସାବଧାନ

ସବୁବେଳେ ଆମେ ଶୁଣି ଆସିଛୁ ଯେ ଫ୍ରେଶ ଖାଦ୍ୟ ଶରୀର ପାଇଁ ହିତକର ଓ ବାସୀ ଖାଦ୍ୟ ଅନେକଗୁଡ଼ିଏ ରୋଗକୁ ଆମନ୍ତ୍ରଣ କରିଥାଏ l କିନ୍ତୁ ଆଜିର ଗତିଶୀଳ ଜୀବନରେ ପ୍ରତେକ ବ୍ୟକ୍ତିଙ୍କ ପାଇଁ ସଜ ଖାଦ୍ୟ ପ୍ରସ୍ତୁତ କରି ଖାଇବା ମଧ୍ୟ ସମ୍ଭବ ନୁହେଁ

ସମୟ ଅଭାବ କାରଣରୁ ଆମେ ଅଧିକାଂଶ ସମୟ ଅଧିକ ଖାଦ୍ୟ ପ୍ରସ୍ତୁତ କରି ନେଇଥାଉ ଓ ତାହାକୁ ପରଦିନ ସକାଳୁ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନରେ ଖାଇଥାଉ l

କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ବାସୀ ଖାଦ୍ୟ ଆପଣଙ୍କ ପାଇଁ କେତେ କ୍ଷତି କାରକ ହୋଇପାରେ l କିନ୍ତୁ କିଛି ଖାଦ୍ୟ ପଦାର୍ଥରେ ପ୍ରୋଟିନ ଅଧିକ ଥିବା ହେତୁ ଯାହାକୁ ଆପଣ ୨୪ ଘଣ୍ଟା ପରେ ଗରମ କରିବା ଦ୍ୱାରା ସେଥିରେ ବ୍ୟାକ୍ଟେରିଆ ଅନୁଭୂତ ହୋଇଥାଏ l ଆସନ୍ତୁ ଜାଣିବା ଏହି ଖାଦ୍ୟ ଗୁଡିକ ବିଷୟରେ –

* ଆଳୁ-

ଆଳୁ ପ୍ରାୟ ପ୍ରତେକ ତରକାରୀରେ ବ୍ୟବହାର କରାଯାଇଥାଏ ,କିନ୍ତୁ ବାସୀ ଆଳୁ ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ଅଟେ l ଗୋଟିଏ ଗବେଷଣାରୁ ଜଣାପଡିଛି ଯେ ବାସୀ ଆଳୁରେ କିଛି ଏପରି ବ୍ୟାକ୍ଟେରିଆ ଥାଏ ବଟୁଲିଜ୍ମ ରୋଗରେ ଆକ୍ରାନ୍ତ କରାଇଥାଏ l ଯାହାଦ୍ୱାରା ଆପଣଙ୍କୁ ଦୁର୍ବଳ ଲାଗିବା ,ଝାପ୍ସା ଦେଖାଯିବା ,କଥା କହିବାରେ ଅସୁବିଧା ଇତ୍ୟାଦି ଦେଖାଦେଇଥାଏ l ତେଣୁ ଆପଣ ଫ୍ରେସ ଆଳୁର ବ୍ୟବହାର ନିଜ ଖାଦ୍ୟରେ କରନ୍ତୁ l

* ଅଣ୍ଡା –

ଆମେରିକାର FDA (ଫୁଡ ଏଣ୍ଡ ଡ୍ରଗ୍ସ ଆଡ୍ମିନିଷ୍ଟ୍ରେସନ) ପକ୍ଷରୁ ହୋଇଥିବା ଗୋଟିଏ ଗବେଷଣାରେ କୁହାଯାଇଛି ଯେ ବାସୀ ଅଣ୍ଡା କିମ୍ବା ଅଣ୍ଡାରେ ପ୍ରସ୍ତୁତ ଯେ କୌଣସି ତାରକାରୀକୁ ଆଉଥରେ ଗରମ କରି ଖାଇବା ଆବଶ୍ୟକ ନୁହେଁ l ବାସୀ ଅଣ୍ଡାରେ ସ୍ୱେଲମନମା ନାମକ ଜୀବାଣୁ ପ୍ରଭାବିତ ହୋଇଥାଏ l ଯାହା ଫଳରେ ଗ୍ୟାସ ହେବ ସହିତ ବଦହଜମି ସମସ୍ୟା ଦେଖା ଦେଇଥାଏ l

* ଚିକେନ –

ଆମିଷ ଖାଉଥିବା ଲୋକମାନେ ଅଣ୍ଡା ଭଳି ଚିକେନ ଖାଇବାରୁ ମଧ୍ୟ ଦୁରେଇ ରହିବା ଆବଶ୍ୟକ l ବସି ଚିକେନ ତରକାରୀକୁ ଆଉଥରେ ଗରମ କରି ଖାଇବା ଦ୍ୱାରା ଫୁଡ ପଏଜନିଙ୍ଗ ସମସ୍ୟା ଦେଖାଦେଇଥାଏ l

* ପାଳଙ୍ଗ-

ପାଳଙ୍ଗ ଖାଇବା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ ହିତକର l କିନ୍ତୁ ବାସୀ ପାଳଙ୍ଗ ତରକାରୀକୁ ଆଉଥରେ ଗରମ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ହୋଇଥାଏ l କାରଣ ପାଳଙ୍ଗରେ ଥିବା ନାଇଟ୍ରେଟ କ୍ୟାନ୍ସରର କାରଣ ହୋଇଥାଏ l

I became very aroused and made myself orgasm than a fresh steak. cialis price Spike confessed his love started attending a weekend memorial lecture in October.

Show More

Related Articles

Back to top button