ଦେଶ ବିଦେଶମୁଖ୍ୟ ଖବର

ଦିନ ୨ଟାରେ ସିବିଏସଇ ଦ୍ୱାଦଶ ରେଜଲ୍ଟ

ଓ୍ୱେବସାଇଟରେ ଦେଖିହେବ ମାର୍କ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହେବ । ଦିନ ୨ଟାରେ ରେଜଲ୍ଟ ବାହାରିବ । ଛାତ୍ରାଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳାଫଳ ଦେଖିପାରିବେ ।ସୂଚନାନୁସାରେ, ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ଜୁଲାଇ ୩୦ ତାରିଖ ଦିନ ୨ଟାରେ ଘୋଷଣା ହେବ । ପ୍ରାୟ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ତେବେ କରୋନା ଆତଙ୍କ ପାଇଁ ପରୀକ୍ଷାକୁ ରବ୍ଦ କରାଯାଇଥିଲା । ଯାହାର ଫଳାଫଳ ଆଜି ପ୍ରକାଶ ପାଇବାକୁ ଯାଉଛି । ପୂର୍ବ ମାର୍କକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇବ ।ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ଜାରି କରିବା ପୂର୍ବରୁ ଉଭୟ ଶ୍ରେଣୀର ଛାତ୍ରଙ୍କ ରେଲ ନମ୍ବର ଜାରି କରିଦେଇଛି । ଛାତ୍ରଛାତ୍ରୀ ନିଜର ରୋଲ ନମ୍ବର ଡାଉନଲୋଡ୍ କରିପାରିବେ ।

Show More

Related Articles

Back to top button