Breaking PLUSଓଡ଼ିଶାମୁଖ୍ୟ ଖବର

ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ସେପ୍ଟେମ୍ବର ୩୦ ପୂର୍ବରୁ ଅନୁଷ୍ଠିତ ହେବ ବିଧାନସଭା ଅଧିବେଶନ । ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ୱର : ସେପ୍ଟେମ୍ବର ୩୦ ପୂର୍ବରୁ ଅନୁଷ୍ଠିତ ହେବ ବିଧାନସଭା ଅଧିବେଶନ । ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି, ବର୍ତ୍ତମାନ ରାଜସ୍ଥାନ ବିଧାନସଭା ଚାଲିଛି। ଆଗକୁ ଲୋକସଭା ଅନୁଷ୍ଠିତ ହେବାକୁ ଯାଉଛି । ବିଧାନସଭା ଡକାଯିବାକୁ ନେଇ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଆଲୋଚନା କରାଯାଉଛି । ଗାଇଡଲାଇନ ଆସିବା ପରେ ରାଜ୍ୟର କରୋନା ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।  କୋରୋନା ପରିସ୍ଥିତି ପାଇଁ ବିଧାନସଭା ବହୁ ଦିନ ଧରି ବିଧାନସଭା କାର୍ଯ୍ୟ ହୋଇ ପାରିନଥିଲା । ବିଧାନସଭାର କିଛି ସଦସ୍ୟଙ୍କ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତେଣୁ ଲୋକସଭାର କାର୍ଯ୍ୟଧାରା ଦେଖିବା ପରେ ନିଷ୍ପତ୍ତି ନିଆଯିବ ।

Tags
Show More

Related Articles

Back to top button
Close