Breaking PLUSଓଡ଼ିଶାମୁଖ୍ୟ ଖବର

ବଦଳିଲେ ବିଏମସି କମିଶନରଙ୍କ: ସଞ୍ଜୟ ସିଂଙ୍କୁ ନୂଆ ଦାୟିତ୍ୱ

ବଦଳିଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୋଧୁରୀ । ତାଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ବିଏମସିର ନୂଆ କମିଶନର ଭାବରେ ନିଯୁକ୍ତି ମିଳିଛି । ସଞ୍ଜୟ ସିଂ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସହ ସୂଚନା ଓ ଲୋକସମ୍ପର୍କ ବିଭାର ସଚିବ ଥିଲେ ।

ବଦଳିଲେ ବିଏମସି କମିସନର ପ୍ରେମଚନ୍ଦ୍ର ଚୋଧୁରୀ । ତାଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ବିଏମସିର ନୂଆ କମିଶନର ଭାବରେ ନିଯୁକ୍ତି ମିଳିଛି । ସଞ୍ଜୟ ସିଂ ଏବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସହ ସୂଚନା ଓ ଲୋକସମ୍ପର୍କ ବିଭାର ସଚିବ ଥିଲେ । ବିଏମସି କମିଶନର ସହ ସେ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଦାୟିତ୍ୱ ବି ତୁଲାଇବେ । ଏସବୁ ପଦରେ ଥିଲେ ପ୍ରେମଚନ୍ଦ୍ର ଚୌଧୁରୀ ।

ପ୍ରେମଚନ୍ଦ୍ର ଚୋଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ ସ୍ପେଶାଲ୍ ଡ୍ୟୁଟି ଭାବରେ ନିଯୁକ୍ତି ଦିଆଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସଞ୍ଜୟ ସିଂହ ତୁଲାଉଥିବା ଇଡକଲ୍ ସିଏମଡି ଦାୟିତ୍ୱ ଅତିରିକ୍ତ ଭାବରେ ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାରଙ୍କୁ ଦିଆଯାଇଛି । ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କରୋନା ସମୟରେ ବିଏମସି କମିଶନରଙ୍କ ବଦଳିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Show More

Related Articles

Back to top button