Breaking PLUSଓଡ଼ିଶାମୁଖ୍ୟ ଖବର

ଚଳିତ ମାସ ୩୦ ଯାଏ ୭ ଯୋଡ଼ା ପାସେଞ୍ଜର ଟ୍ରେନ୍‌ ବାତିଲ୍‌ କଲା ରେଳବାଇ

କୋଭିଡ୍‌-୧୯ ସଂକ୍ରମଣ ରୋକିବା ଓ ଯାତ୍ରୀ ନ ହେବା କାରଣରୁ ଜୁନ୍‌ ୩୦ ପର୍ଯ୍ୟନ୍ତ କେତେକ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

କୋଭିଡ୍‌-୧୯ ସଂକ୍ରମଣ ରୋକିବା ଓ ଯାତ୍ରୀ ନ ହେବା କାରଣରୁ ଜୁନ୍‌ ୩୦ ପର୍ଯ୍ୟନ୍ତ କେତେକ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଓ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ୨୧ରୁ ୩୦ ମଧ୍ୟରେ ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା, ପୁରୀ-କଟକ-ପୁରୀ(୦୮୪୩୨/୦୮୪୩୧), ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର(୦୮୪୯୩/୦୮୪୯୪), ଭୁବନେଶ୍ବର-କେନ୍ଦୁଝରଗଡ଼-ଭୁବନେଶ୍ବର (୦୮୪୫୬/୦୮୪୫୫), ଭୁବନେଶ୍ବର-ଭଦ୍ରକ- ଭୁବନେଶ୍ବର (୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ (୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ (୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ (୦୮୪୫୪/୦୮୪୫୩) ଟ୍ରେନ୍‌।

ଜୁନ୍‌ ୨୧ରୁ ଜୁଲାଇ ପହିଲା ମଧ୍ୟରେ ବାତିଲ ହେଉଥିବା ବିଶେଷ ଟ୍ରେନଗୁଡ଼ିକ ହେଲା, ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର (୦୮୪୪୫.୦୮୪୪୬), ବିଶାଖାପାଟଣା-ରାୟପୁର-ବିଶାଖାପାଟଣା, ବିଶାଖାପାଟଣା-କିରନ୍ଦୁଲ-ବିଶାଖାପାଟଣା, ବିଶାଖାପାଟଣା-କାଚେଗୁଡ଼ା-ବିଶାଖାପାଟଣା, ବିଶାଖାପାଟଣା-କଡପା-ବିଶାଖାପାଟଣା, ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ଟ୍ରେନ୍‌। ଶନିବାର ଓ ରବିବାର ବାତିଲ୍ ହେଉଥିବା ଟ୍ରେନଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ (୦୮୪୨୮/୦୮୪୨୭), ଭୁବନେଶ୍ବର-ପଲାସା-ଭୁବନେଶ୍ବର (୦୮୪୩୩/୦୮୪୩୪), ଭୁବନେଶ୍ବର-ବାଙ୍ଗିରିପୋଷି-ଭୁବନେଶ୍ବର (୦୨୮୯୨/୦୨୮୯୧) ଟ୍ରେନ୍‌। ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ୍‌ (୦୮୪୨୮/୦୮୪୨୭) ଉଭୟ ଦିଗରୁ ଜୁନ୍‌ ୨୧ ଓ ୨୫ ଏବଂ ଜୁନ୍‌ ୨୮ରୁ ୩୦ ମଧ୍ୟରେ ପୁରୀ ଓ ତାଳଚେର ମଧ୍ୟରେ ଚାଲିବ ଏବଂ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ। ରାତି ୮ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ(ପିଆରଏସ) କାଉଣ୍ଟର୍‌ ଖୋଲା ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Back to top button