Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

କରୋନା କାଳ, ୭୫ ଲକ୍ଷ ଲୋକ ହରାଇଲେଣି ଚାକିରୀ

ସାରା ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନାର ଦ୍ଵିତୀୟ ଲହରୀ। ବର୍ଦ୍ଧିତ କରୋନା ସଂକ୍ରମଣ କାରଣରୁ ଲକଡାଉନ୍ ସଟଡାଉନ୍ ଭଳି କଟକଣା ଲାଗୁ କରାଯାଇଛି। ଫଳରେ ୭୫ ଲକ୍ଷରୁ ଅଧିକ ଲୋକ ଚାକିରୀ ହରାଇଛନ୍ତି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିରେ ଏହା ପ୍ରକାଶ ପାଇଛି।

ଉଗଓଋ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ମହେଶ ବ୍ୟାସ କହିଛନ୍ତି ଯେ, ଭବିଷ୍ୟତରେ ନିଯୁକ୍ତିକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହେବ। ମାର୍ଚ୍ଚ ତୁଳନାରେ ଏପ୍ରିଲରେ ଆମେ ୭୫ ଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏହି କାରଣରୁ ବେକାରୀ ହାର ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ ଜାତୀୟ ବେକାରୀ ହାର ୭.୯୭ ପ୍ରତିଶତରେ ପହଞ୍ଚିଛି। ସହରାଞ୍ଚଳରେ ବେକାରୀ ହାର ୯.୭୮ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୭.୧୩ ପ୍ରତିଶତ ରହିଛି।

ଏହାପୂର୍ବରୁ ମାର୍ଚ୍ଚରେ ଜାତୀୟ ବେକାରୀ ହାର ୬.୫୦ ପ୍ରତିଶତ ଥିଲା ଏବଂ ଏହି ହାର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅପେକ୍ଷାକୃତ କମ୍ ଥିଲା। କରୋନା ମାମଲା ବୃଦ୍ଧି ପାଇବାରୁ ଅନେକ ରାଜ୍ୟ ‘ଲକଡାଉନ୍’ ଭଳି ପ୍ରତିବନ୍ଧକ ଲଗାଇଛନ୍ତି। ଏହା ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ଫଳସ୍ୱରୂପ ଚାକିରି ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି।

Show More

Related Articles

Back to top button