Breaking PLUSଓଡ଼ିଶାମନୋରଞ୍ଜନମୁଖ୍ୟ ଖବରରାଜନୀତି

ସାମ୍ନକୁ ଆସିଲେ ବାଳୁଙ୍ଗା ଟୋକା, ସୁରକ୍ଷା ମାଗିଲେ ବର୍ଷା

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ଗତ ଦୁଇଦିନ ହେଲା ବାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ସମଗ୍ର ରାଜ୍ୟରେ ଏହି ବିଷୟ ଚର୍ଚ୍ଚାର ଜୋରଧରିଛି । ଓଲିଉଡ ଜଗତର ଚର୍ଚ୍ଚିତ ଦମ୍ପତ୍ତି ଅନୁଭବ-ବର୍ଷାଙ୍କ ତିକ୍ତତା ବଢିବାରେ ଲାଗିଛି ।

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ଗତ ଦୁଇଦିନ ହେଲା ବାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ସମଗ୍ର ରାଜ୍ୟରେ ଏହି ବିଷୟ ଚର୍ଚ୍ଚାର ଜୋରଧରିଛି । ଓଲିଉଡ ଜଗତର ଚର୍ଚ୍ଚିତ ଦମ୍ପତ୍ତି ଅନୁଭବ-ବର୍ଷାଙ୍କ ତିକ୍ତତା ବଢିବାରେ ଲାଗିଛି । ଏତେ ସବୁ ଘଟିବା ପରେ ଏବେ ମୁଁହ ଖୋଲିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବ କହିଛନ୍ତି ଯେ, ଜଣେ ମହିଳା ହିସାବରେ ବର୍ଷାଙ୍କୁ ମୁଁ ବହୁତ ସମ୍ମାନ କରେ। ଆମ ସମ୍ପର୍କକୁ ମଧ୍ୟ ସମ୍ମାନ କରେ। ଆମ ଭିତରେ ଯାହା ବି ହୋଇଛି ତାହା ପାରିବାରିକ ସମସ୍ୟା । ଘର ଭିତରେ ସମସ୍ୟାର ସମାଧାନ ହୋଇ ନ ପାରିବାରୁ ଉଭୟ କୋର୍ଟର ଆଶ୍ରୟ ନେଇଛୁ। ମୋର ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି । କୋର୍ଟ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସମ୍ମାନ ଦେବୁ। ବର୍ଷା ଏବେ ବି ଆମ ଘରେ ରହୁଛନ୍ତି। ଘରେ ରହି ଯିଏ ସାମାଜିକ ହିଂସା କଥା କହିବେ, କୋର୍ଟ ତାହାର ନିଷ୍ପତ୍ତି ନେବେ ମୋର କିଛି କହିବାର ନାହିଁ । ସମସ୍ତେ ଜାଣନ୍ତି ସତ କଣ ମିଛ କଣ। ଏହା ରାଜନୈତିକ ନୁହେଁ, ଏହା ବ୍ୟକ୍ତିଗତ ସମସ୍ୟା।ଅନ୍ୟପଟେ ଆଜି ବର୍ଷା ପୋଲିସକୁ ଫୋନ କରି ସୁରକ୍ଷା ପାଇଁ ନିବେଦନ କରିଛନ୍ତି । ତେଣୁ ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ନନ୍ଦିସାହି ଘରେ ପୁରୀଘାଟ ପୋଲିସ ପହଞ୍ଚିଛି।

Tags
Show More

Related Articles

Back to top button
Close