ଓଡ଼ିଶାମୁଖ୍ୟ ଖବର

ଅଙ୍ଗନବାଡ଼ି ଦିଦିଙ୍କର ୪ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ

କୋରଡ଼ପତି ଅଙ୍ଗନବାଡି ଦିଦି । ଭୁବନେଶ୍ୱରର କୋରଡ଼ପତି ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ । କୁବେର ଅଙ୍ଗନବାଡ଼ି ଦିଦିଙ୍କର ୪ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ । ତାଙ୍କର ଭୁବନେଶ୍ୱରରେ ୪ଟି କୋଠା ରହିଛି । ତା’ ଭିତରେ ଗୋଟିଏ ୪ ମହଲା, ଗୋଟିଏ ୩ ମହଲା ଓ ୨ଟି ୨ ମହଲାର କୋଠା ରହିଛି । ଭୁବନେଶ୍ୱରରେ ୧୦ଟି ପ୍ଲଟ ସହ ମୋଟ ୧୪ ପ୍ଲଟ ଠାବ ହୋଇଛି । ଜଗତସିଂହପୁର ତଳକୁସୁମାରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ ମଧ୍ୟ ରହିଛି । ଗୋଟିଏ କାର, ୩ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷର ବୀମା ଠାବ ହୋଇଛି । ଏହା ବ୍ୟତୀତ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି । ଆଜି ଭିଜିଲାନ୍ସର ୧୦ ଡିଏସ୍‌ପି ଓ ୫ ଇନ୍ସପେର ରେଡ୍‌ କରିଥିଲେ । କବିତା ମଥାନଙ୍କ ନାଁ ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ସେଥିପାଇଁ ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଅନ୍ୟପକ୍ଷରେ ଅଙ୍ଗନବାଡି କର୍ମୀ କବିତା ମାଥନ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ‘ଆମେ ଜିରୋରୁ ହିରୋ ହୋଇଛୁ । ଶାଗ ଖିଆକୁ ପେଜ ଖିଆ ମଣିଷ ଦେଖିପାରନ୍ତି ନାହିଁ । ସେଥିପାଇଁ କେହି ଆମ ନାଁରେ ଅଭିଯୋଗ କରିଛି । ବରା, ପିଆଜି ବିକିବା ସହ ଟ୍ୟୁସନ ମଧ୍ୟ ମୁଁ କରିଛି । ସ୍କୁଲରେ କ୍ୟାଣ୍ଟିନ କରିଥିଲି । ଏମିତିକି କାକୁଡିରୁ ଚୋପା ଛଡ଼ାଇ ବିକ୍ରି କରି ଉପରକୁ ଉଠିଛି । ମୋର ଦରମା ୭ ହଜାର ୫୦୦ ଟଙ୍କା। ମୁଁ ମୋ ଜୀବନରେ ବହୁ କଷ୍ଟ କରି ଉପରକୁ ଉଠିଛି । ମୋ ସ୍ୱାମୀ ଜମି ବେପାର କରନ୍ତି । ତାଙ୍କର ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରି ବି ଅଛି’ । ଏପରି କହିଛନ୍ତି ଭିଜିଲାନ୍ସ ଜାଲରେ ପଡ଼ିଥିବା ଭୁବନେଶ୍ୱର କୋରଡ଼କଣ୍ଟାର କୋଟିପତି ଅଙ୍ଗନବାଡି କର୍ମୀ କବିତା ମାଥନ ।

Show More

Related Articles

Back to top button