ଦେଶ ବିଦେଶବ୍ୟକ୍ତିତ୍ୱ

ଆଉନାହାଁନ୍ତି ଚାଇନାର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନ

ଆଉନାହାଁନ୍ତି ଚାଇନାର ପୂର୍ବତନ ରାଷ୍ଟ୍ରପତି ଜିଆଙ୍ଗ ଜେମିନ । ଲ୍ୟୁକେମିଆ ରୋଗରେ ପୀଡିତ ହୋଇ ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ଚାଳନା ବନ୍ଦ ହୋଇଯାଇଥିଲାବେଳେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ଏନେଇ ଚାଇନାର ରାଜ୍ୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।

୧୯୮୯ ରେ ତିଆନମେନ ସ୍କୋୟାର ହତ୍ୟାକାଣ୍ଡ ପରେ ଚାଇନାର କାର୍ଯ୍ୟଭାର ଗ୍ରହଣ କରିଥିଲେ ଜିଆଙ୍ଗ ଜେମିନ । ଜିଆଙ୍ଗଙ୍କ ଶାସନ କାଳରେ ତିଆନମାନ ସ୍କୋୟାର ବିରୋଧ ପରେ ଚାଇନାରେ କୌଣସି ବଡ଼ ପ୍ରଦର୍ଶନ ହୋଇ ନ ଥିଲା। କିନ୍ତୁ ଜିଆଙ୍ଗ ୨୦୦୩ ରେ ରାଷ୍ଟ୍ରପତି ପଦରୁ ଅବସର ନେବା ବେଳକୁ ଚାଇନା ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ହୋଇପାରିଥିଲା।

 

Show More

Related Articles

Back to top button