ଦେଶ ବିଦେଶମନୋରଞ୍ଜନ

ଅନନ୍ୟା ପାଣ୍ଡେଙ୍କୁ ଏନସିବିର ଜେରା

ଆଜି ତୃତୀୟ ଥର ହେବ ପଚରାଉଚରା

ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ଏନସିବି ତୃତୀୟ ଥର ପଚରାଉଚରା କରିବ। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଅନନ୍ୟାଙ୍କୁ ଦୁଇଥର ପଚରାଉଚରା ସରିଛି। ଏହି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ୍ ଖାନ ଏବଂ ଅନନ୍ୟାଙ୍କ ମଧ୍ୟରେ କିଛି ହ୍ୱାଟସ୍ ଆପ୍ ଚାଟ୍ ଏନସିବିକୁ ମିଳିଛି, ଯାହା ଆଧାରରେ ଅଭିନେତ୍ରୀଙ୍କୁ ଡକାଯାଇଛି। ଶୁକ୍ରବାର ଦିନ ସେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ଚାରି ଘଣ୍ଟା ପଚରାଉଚରା କରାଯାଇଥିଲା। ଏହାପୂର୍ବରୁ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇ ଘଣ୍ଟା ପଚରାଉଚରା କରାଯାଇଥିଲା। ସୂଚନା ଅନୁଯାୟୀ, ଅନନ୍ୟା କହିଛନ୍ତି ଯେ ସେ କୌଣସି ନିଶାଯୁକ୍ତ ପଦାର୍ଥ ସେବନ କରିନାହାଁନ୍ତି। ଆର୍ଯ୍ୟନ୍ ଖାନଙ୍କ ସହ ଯେଉଁ ଚାଟ୍ ବିଷୟରେ କୁହାଯାଉଛି ତାହା ଥଟ୍ଟା ମଜାରେ କୁହାଯାଇଥିଲା।

ଅନ୍ୟପକ୍ଷରେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ରବିବାର ଦିନ ଜଣେ ନିରପେକ୍ଷ ସାକ୍ଷୀ କହିଛନ୍ତି ଯେ ଜଣେ ଏନସିବି ଅଧିକାରୀ ଏବଂ ଫେରାର ସାକ୍ଷୀ କେ.ପି ଗୋସାଭି ସମେତ କିଛି ଅନ୍ୟ ଲୋକ ଆର୍ଯ୍ୟନ ଖାନଙ୍କୁ ମୁକ୍ତ କରିବା ପାଇଁ ୨୫ କୋଟି ଟଙ୍କା ମାଗିଛନ୍ତି। ସ୍ୱାଧୀନ ସାକ୍ଷୀ ପ୍ରଭାକର ସେଲ ଦାବି କରିଛନ୍ତି ଯେ ସେ ଗୋସାଭିଙ୍କୁ ଡି’ସୁଜା ନାମକ ଜଣେ ବ୍ୟକ୍ତିଙ୍କ ସହ ୧୮ କୋଟି ଟଙ୍କାରେ କଥାବାର୍ତ୍ତା କରୁଥିବା କଥା ଶୁଣିଛନ୍ତି କାରଣ ତାଙ୍କୁ ସମୀର ୱାଙ୍ଖଡେଙ୍କୁ ୮ କୋଟି ଟଙ୍କା ଦେବାକୁ ପଡିବ।

Show More

Related Articles

Back to top button