ଏନଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ବିହାର ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା
ବିହାରରେ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହ ସହ ଜଡିତ କିଛି ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି, କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପାଟନାରେ ପହଞ୍ଚିବେ ବୋଲି ଜଣାପଡିଛି । ପାଟନାରେ ପହଞ୍ଚି ନୀତୀଶ କୁମାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ବୋଲି ଜଣାପଡିଛି |

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅମିତ ଶାହା ସିଧାସଳଖ ପାଟନା ବିମାନବନ୍ଦରରୁ ରାଜ ଭବନକୁ ଯିବେ। ରାଜ ଭବନରେ ଏହି ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଛି । ଆଜି ଅପରାହ୍ନ 4:30 ସମୟରେ ନୀତୀଶ କୁମାର ସପ୍ତମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି, ସେ ଅନ୍ୟ କ୍ୟାବିନେଟ ସହକର୍ମୀଙ୍କ ସହ ଶପଥ ଗ୍ରହଣ କରିବେ। ମିଳିଥିବା ସୂଚନା କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଆସି ପାଟନାରେ ପହଁଞ୍ଚିବାପରେ ସେଠାରୁ ସେ ସିଧାସଳଖ ରାଜଭବନ ଯିବେ ସେଠାରୁ କାର୍ଯ୍ୟକ୍ରମ ଶେଷ କରି ସେ ସିଧା ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି ।