ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ବିକ୍ରି ହେବ ଆକାଶ ଟ୍ୟୁଟୋରିୟାଲ ! ଦେଶର ସବୁଠାରୁ ବଡ କୋଚିଂ ଇନଷ୍ଟିଚ୍ୟୁଟ୍‌କୁ କିଣିବ Byju’s

ମେଡିକାଲ ପରୀକ୍ଷା ଏବଂ ଇଂଜିନିୟରିଂ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରାଉଥିବା ଆକାଶ ଟ୍ୟୁଟୋରିୟାଲ ବିକ୍ରି ହେବାକୁ ଯାଉଛି

ଆକାଶ ଟ୍ୟୁଟୋରିୟାଲକୁ ୭୩୧୫ କୋଟି ଟଙ୍କାରେ କିଣିବ ଦେଶର ସବୁଠାରୁ ବଡ ଅନଲାଇନ୍ ଲର୍ଣ୍ଣି କମ୍ପାନୀ Byju’s ।ଖବର ଅନୁଯାୟୀ, ଆକାଶ ଟ୍ୟୁଟୋରିୟାଲ ଆସନ୍ତା ୨ରୁ ୩ ମାସ ମଧ୍ୟରେ ବିକ୍ରି ହେବାକୁ ଯାଉଛି । ଶିକ୍ଷା​‌ କ୍ଷେତ୍ରରେ ଏହା ବିଶ୍ବର ସବୁଠୁ ବଡ ପ୍ଲାଟଫର୍ମ୍ ମଧ୍ୟରୁ ଗୋଟିଏ । ବର୍ତ୍ତମାନ ଏହାକୁ କିଣିବାକୁ ଯାଉଛି Byju’s । କରୋନା ମହାମାରୀ ସମୟରେ Byju’s ଛାତ୍ରଛାତ୍ରୀମାନଙ୍କୁ ଣିକ୍ଷା ଦାନକ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ମହାମାରୀ ସମୟରେ Byju’s ୧୨ ଆରବ ଡଲାରର ବଜାର ମୂଲ୍ୟ ନିବେଶ କରିଥିଲା ।

ବର୍ତ୍ତମାନ Byju’s ଆପରେ ଫେସବୁକ୍‌ ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ଟାଇଗର ଗ୍ଲୋବାଲ୍ ମ୍ୟାନେଜମେଣ୍ଟ ଆଣ୍ଡ ବଣ୍ଡ୍ କ୍ୟାପିଟାଲର ନିବେଶ ରହିଛି ।ଆକାଶ ଏଜୁକେସନାଲ ସର୍ଭିସ୍‌ ଦେଶରେ ଇଂଜିନିୟରିଂ ଏବଂ ମେଡିକାଲ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରମୁଖ କୋଚିଂ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ । ଭାରତରେ ଆକାଶ ଇନଷ୍ଟିଚ୍ୟୁଟ୍‌ ନାମରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କୋଚିଂ ସେଣ୍ଟର ରହିଛି । ଏହି ଶିକ୍ଷାନୁଷ୍ଠାନରେ ପାଖାପାଖି ୨.୫ ଲକ୍ଷରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତ କରନ୍ତି । ଏହା ବାଦ ଆକାଶ ଇନଷ୍ଟିଚ୍ୟୁଟ୍‌ ସହ ବ୍ଲାକ୍‌ଷ୍ଟୋନ୍‌ କମ୍ପାନୀର ପ୍ରାୟ ୩୭.୫ ପ୍ରତିଶତ ସେୟାର ମଧ୍ୟ ରହିଛି ।

Show More

Related Articles

Back to top button