ବାଣିଜ୍ୟ

ଫେରିବ TikTok

ନୂଆ ଲୁକ୍ ସହ ଭାରତକୁ କରିପାରେ ପ୍ରତ୍ୟାବର୍ତ୍ତନ, କମ୍ପାନୀ ଫାଇଲ କଲା ନିୟୁ ଟ୍ରେଡମାର୍କ ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ TikTok ଖୁବ୍ ଶୀଘ୍ର ଭାରତରେ ପ୍ରତ୍ୟାବର୍ତ୍ତନ କରିପାରେ ।ତେବେ ନୂଆ ନାଁ ନିୟପ ଲୁକ ସହ କରିପାରେ ଲଞ୍ଚ ।

PUBG ଭଳି ଏହି ଆପକୁ ପରିବର୍ତ୍ତନ କରାଯାଇ ଲଞ୍ଚ କରାଯିବାର ଯୋଜନା କରାଯାଇଛି । ଟେକ୍ ରିପୋର୍ଟ ଅନୁଯାୟୀ, ଟିକଟକର ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍ ଡାନ୍ସ ଏହି ସର୍ଟ ଭିଡିଓ ଆପ୍ ପାଇଁ ଏକ ନୂତନ ଟ୍ରେଡ୍ ମାର୍କ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ପେଟେଣ୍ଟସ୍, ଡିଜାଇନ୍ ଏବଂ ଟ୍ରେଡ୍ ମାର୍କକୁ ଆବେଦନ କରିଛି ।ଗତ ବର୍ଷ ଜୁନ୍ ମାସରେ କେନ୍ଦ୍ର ସରକାର ଟିକଟକ୍ ସମେତ ୫୬ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ନିଷେଧାଦେଶ ସହିତ ଏହାକୁ ସମସ୍ତ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଥିଲା । ଯାହା ପରେ ଏହା ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ନୁହେଁ । ଚିପଷ୍ଟର ମୁକୁଲ ଶର୍ମାଙ୍କ ଅନୁଯାୟୀ, ଜୁଲାଇ ୬ରେ ପ୍ୟାରେଣ୍ଟ୍ କମ୍ପାନୀ ବାଇଟ୍ ଡାନ୍ସ ଦ୍ୱାରା ଦାଖଲ ହୋଇଥିବା ଏହି ନୂତନ ଟ୍ରେଡ୍ ମାର୍କରେ ଟିକଟକର ସ୍ପେଲିଂକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।

ଏଥର କମ୍ପାନୀ ଟିକଟକ୍ ନାମରେ ଏହି ଟ୍ରେଡ୍ ମାର୍କ ପ୍ରୟୋଗ ଦେଇଛି । ଟ୍ରେଡ୍ ମାର୍କ ନିୟମ, ୨୦୦୨ରେ ଚତୁର୍ଥ ସୂଚୀର ଶ୍ରେଣୀ ୪୨ ଅନୁଯାୟୀ ଏହା ଦାଖଲ କରାଯାଇଛି । ସର୍ଟ ଭିଡିଓ ଆପ୍ TikTok ଭାରତରେ ବହୁତ ଲୋକପ୍ରିୟ ଥିଲା । ଯେତେବେଳେ ଏହାକୁ ନିଷେଧ କରାଯାଇଥିଲା, ଦେଶରେ ଏହାର ପ୍ରାୟ ୨୦୦ ନିୟୁତ ଉପଭୋକ୍ତା ଥିଲେ । ଟିକଟକର ନିଷେଧାଦେଶ ପରେ ଫେସବୁକର ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଏହାର ଲାଇନରେ ନୂଆ ବୈଶିଷ୍ଟ୍ୟ ଲଞ୍ଚ କରିଛି ।ଭପଭୋକ୍ତାମାନଙ୍କ ପାଇଁ କ୍ଷୁଦ୍ର ଭିଡିଓ ପୋଷ୍ଟ କରିବାର ବୈଶିଷ୍ଟ୍ୟ ଇନଷ୍ଟାଗ୍ରାମରେ ରିଲ୍ସ ଏବଂ ୟୁଟ୍ୟୁବରେ ସର୍ଟସ୍ ନାମରେ ଦିଆଯାଉଛି । ଏହା ବ୍ୟତୀତ, ଅନ୍ୟାନ୍ୟ ଅନେକ କ୍ଷୁଦ୍ର ଭିଡିଓ ଆପ୍ ମଧ୍ୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇପାରିଛି । ବର୍ତ୍ତମାନ ଯଦି ଟିକଟକ୍ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରେ, ତେବେ ଏହା ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରୁ ଏକ କଠିନ ପ୍ରତିଯୋଗିତା ପାଇବ ।

Show More

Related Articles

Back to top button