ଦେଶ ବିଦେଶମୁଖ୍ୟ ଖବର

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଲା

ଦେଶରେ ଏବେ କରୋନା ସଂକ୍ରମଣ ଉପରମୁହାଁ ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୬,୨୯୧ ନୂଆ ମାମଲା ଚିହ୍ନଟ ହୋ‌ଇଛି। ଏହା ୮୫ ଦିନ ମଧ୍ୟରେ ସର୍ବାଧିକ। ବିଭିନ୍ନ ରାଜ୍ୟରେ ସଂକ୍ରମଣ ସ୍ଥିତି ଜଟିଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆସନ୍ତା ୧୭ ତାରିଖ ଦିନ ଭର୍ଚୁଆଲ୍‌ ବୈଠକ କରିବେ

ବୁଧବାର ଦିନ ୧୨ଟା ୩୦ରେ ଏହି ବୈଠକ ହେବ। ଲଗାତାର ୫ ଦିନ ଧରି ଦେଶରେ ସଂକ୍ରମିତଙ୍କ ସଂଖ୍ୟା‌ ୨୦ ହଜାରରୁ ଅଧିକ ରହୁଥିବା ବେଳେ ଦେଶରେ ସକ୍ରିୟ ମାମଲା ୨୧୯,୨୬୨କୁ ବୃଦ୍ଧି ହୋ‌ଇଛି। କରୋନା ମୃତ୍ୟୁ ମଧ୍ୟ ୧୫୮,୭୨୫କୁ ବୃଦ୍ଧି ପାଇଛି।ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ତାମିଲନାଡ଼ୁରୁ ୭୮.୪୧ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି। ତେବେ ଗତ ସପ୍ତାହରେ ଦେଶର ସାପ୍ତାହିକ ସଂକ୍ରମଣ ଡିସେମ୍ବର ମଧ୍ୟଭାଗ ପରେ ସର୍ବାଧିକ ରହିଛି। ପୂର୍ବ ସପ୍ତାହ ତୁଳନାରେ ଗତ ସପ୍ତାହର ସଂକ୍ରମଣରେ ୩୩ ପ୍ରତିଶତ ବୃଦ୍ଧି ହୋଇଛି। ମୋଟ୍‌ ଉପରେ ଗତ ୭ ଦିନରେ ପ୍ରାୟ ୧.୫୬ ଲକ୍ଷ (୧,୫୫,୯୧୨) ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୪ ସପ୍ତାହ ଧରି ସାପ୍ତା‌ହିକ ସଂକ୍ରମଣ ଦ୍ବିଗୁଣା ହେଉଛି।

ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୧୬,୬୨୦ ମାମଲା ଚିହ୍ନଟ ହୋଇଥିବା ବେଳେ କେରଳରେ ୧,୭୯୨ ଏବଂ ପଂଜାବରେ ୧,୪୯୨ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲାର ୫୮ ପ୍ରତିଶତ କେବଳ ମହାରାଷ୍ଟ୍ରରୁ ଆସିଛି। ଇତିମଧ୍ୟରେ ଦେଶରେ କରୋନା ଟିକାକରଣ ୩ କୋଟି ଟପିଯାଇଛି। ନାଗପୁରରେ ଆଜିଠାରୁ ୭ ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ନିୟମ କଡ଼ାକଡ଼ି ପାଳଳ ପାଇଁ ନାଗପୁରରେ ବ୍ୟାପକ ପୁଲିସ ଫୋର୍ସ‌୍ ମୁତୟନ ହୋଇଛନ୍ତି।ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧,୧୩,୫୯,୦୪୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଆଜି ପୁଣିଥ‌ରେ କହିଛନ୍ତି, ଲୋକମାନଙ୍କ ବେପରୁଆ କାର୍ଯ୍ୟକଳାପ ପାଇଁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି।

Show More

Related Articles

Back to top button