ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ‘ବାହୁବଳୀ’ ଷ୍ଟାର ପ୍ରଭାସ

ପ୍ରତି ଫିଲ୍ମ ପାଇଁ ଦାବି କରୁଛନ୍ତି ଏତିକି ଟଙ୍କା

ବଲିଉଡ୍ ତଥା ଟଲିଉଡ୍ ଅଭିନେତା ପ୍ରଭାସଙ୍କୁ ‘ବାହୁବଳୀ’ ପରେ ଜବରଦସ୍ତ ଫେମ୍ ମିଳିଛି। ଖାଲି ଭାରତ ନୁହେଁ ବିଦେଶରେ ବି ପ୍ରଭାସଙ୍କ ଅନେକ ଫ୍ୟାନ୍‌-ଫଲୋର୍ସ ଅଛନ୍ତି। ପ୍ରଭାସଙ୍କ ହାତରେ ଅନେକ ଫିଲ୍ମ ମଧ୍ୟ ରହିଛି। ନିର୍ମାତାମାନଙ୍କ ପାଖରେ ତାଙ୍କ ଡିମାଣ୍ଡ୍‌ ମଧ୍ୟ ବଢିଯାଇଛି। ବର୍ତ୍ତମାନ ଖବର ସାମ୍ନାକୁ ଆସୁଛି ଯେ ପ୍ରଭାସ ତାଙ୍କ ଫିସ୍ ବଢେଇ ୧୫୦ କୋଟି କରି ଦେଇଛନ୍ତି । କବୀର ସିଂହ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ଟଙ୍କା ଦାବି କରିଛନ୍ତି। ସୂଚନା ଅନୁଯାୟୀ ପ୍ରଭାବ ଯେଉଁ ଫିଲ୍ମ ବି ସାଇନ୍ କରୁଛନ୍ତି ୧୦୦ କୋଟି ନେବେ ବୋଲି ଦାବି କରୁଛନ୍ତି ।

ତେଣୁ ନିର୍ମାତାମାନେ ବିନା ଆପତ୍ତିରେ ତାଙ୍କୁ ୧୦୦ କୋଟି ଦେବା ନେଇ ପ୍ରସ୍ତୁତ ମଧ୍ୟ ଅଛନ୍ତି । କିନ୍ତୁ ସନ୍ଦୀପ ରେଡ୍ଡୀ ୱାଙ୍ଗାଙ୍କ ଫିଲ୍ମ ପାଇଁ ପ୍ରଭାସ ୧୫୦କୋଟି ମାଗିଛନ୍ତି। ଶେଷରେ ନିର୍ମାତା ତାଙ୍କ କଥାକୁ ମଧ୍ୟ ମାନି ନେଇଛନ୍ତି। ବର୍ତ୍ତମାନ ପ୍ରଭାସ ‘ରାଧେଶ୍ୟାମ’ର ଶୁଟିଂ ଶେଷ କରିଛନ୍ତି। ବର୍ତ୍ତମାନ ସେ ସାଲାର୍, ଆଦିପୁରୁଷ, ପ୍ରୋଜେକ୍ଟ କେ ଓ ସ୍ପିରିଟ୍ ଶୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରଭାସ ବର୍ତ୍ତମାନ ଶ୍ରୀ ଭେଙ୍କେଟେଶ୍ୱର କ୍ରିଏସନ୍, ଯୁବୀ କ୍ରିଏସନ୍‌, ମୈତ୍ରୀ ମୁଭି ମେକର୍ସଙ୍କ ସହ ନିଜର ଆସୁଥିବା ପ୍ରୋଜେକ୍ଟ ଉପରେ କଥାବାର୍ତ୍ତା କରୁଛନ୍ତି। ଚଳିତ ବର୍ଷ ପ୍ରଭାସ ତାଙ୍କର ଆଉ ୨ଟି ପ୍ରୋଜେକ୍ଟର ଘୋଷଣା କରିବେ। ଶୁଣାଯାଛି ଯେ ସେ ସିଦ୍ଧାର୍ଥ ଆନନ୍ଦଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଆଗାମୀ ବର୍ଷ ତାଙ୍କର ଅନେକ ଫିଲ୍ମ ରିଲିଜ୍ ହେବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତି ହୋଇଛି।

Show More

Related Articles

Back to top button