ମନୋରଞ୍ଜନ

ପୁଣି ବିବାଦରେ ବଲିଉଡ ଗାୟକ ହନି ସିଂହ

ଘରୋଇ ହିଂସା ଅଭିଯୋଗ ଆଣିଲେ ପତ୍ନୀ

ବଲିଉଡର ଆଗଧାଡିର ଗାୟକ ହନି ସିଂହ ପୁଣି ଅଡୁଆରେ ଫସିଛନ୍ତି । ତାଙ୍କ ବିରୁଦ୍ଧରେ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ପତ୍ନୀ ଶାଳିନୀ ତଲଓ୍ବାର । ହନି ସିଂହଙ୍କ ପତ୍ନୀ ଶାଳିନୀ ତଲଓ୍ବାର ପାରିବାରିକ କହଳକୁ ନେଇ କୋର୍ଟର ଆଶ୍ରୟ ନେଇଛନ୍ତି । ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ୍‌ ବଳରେ ମାମଲା ରୁଜୁ କରିଛନ୍ତି ହନି ସିଂହଙ୍କ ପତ୍ନୀ । ଦିଲ୍ଲୀର ତୀସ ହଜାରୀ କୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି ଶାଳିନୀ ତଲଓ୍ବାର ।

ଶାଳିନୀ ତଲଓ୍ବାରଙ୍କ ପକ୍ଷରୁ ଆଇନଜୀବୀ ସନ୍ଦୀପ କପୁର, ଅପୂର୍ବା ପାଣ୍ଡେ ଏବଂ ଜିଜି କଶ୍ୟପ ମାମଲା ଲଢୁଛନ୍ତି । ଘରୋଇ ହିଂସାକୁ ନେଇ ହନି ସିଂହଙ୍କୁ ଏକ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି କୋର୍ଟ । ଆସନ୍ତା ଅଗଷ୍ଟ ୨୮ ତାରିଖ ସୁଦ୍ଧା ନୋଟିସ୍‌ର ଜବାବ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ଉଭୟଙ୍କ ପ୍ରାଇଭେଟ୍ ପ୍ରପର୍ଟି ତଥା ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ନକରିବା ଏବଂ ଶାଳିନୀଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ଆଞ୍ଚ ନଆଣିବା ନେଇ କୋର୍ଟ ହନି ସିଂହଙ୍କୁ ନିର୍ଦେଶ ଦେଇଛନ୍ତି ।ସୂଚନା ଅନୁସାରେ, ହନି ସିଂହଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ । ଶାରୀରିକ ହିଂସା, ଯୌନ ହିଂସା, ମାନସିକ ଉତ୍ପୀଡନ ଏବଂ ଆର୍ଥିକ ହିଂସା ଅଭିଯୋଗ କରିଛନ୍ତି ଶାଳିନୀ ତଲଓ୍ବାର । ହନି ସିଂହଙ୍କ ପିତା-ମାତା ଏବଂ ଭଉଣୀଙ୍କ ବିରୁଦ୍ଧରେ ମଧ୍ୟ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ଶାଳିନୀ । ତାଙ୍କର ସମସ୍ତ ସମ୍ପତ୍ତି ଫେରାଇବା ଏବଂ କୌଣସି ପ୍ରପର୍ଟି ନବିକିବା ପାଇଁ ସେ କୋର୍ଟଙ୍କୁ ଅପିଲ କରିଥିଲେ । ଏହି ଆଧାରରେ କୋର୍ଟ ମଧ୍ୟ ହନି ସିଂହଙ୍କୁ ସେହି ନିର୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ହନି ସିଂହ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ୨୦ ବର୍ଷ ଧରି ବନ୍ଧୁତ୍ବ ଥିଲା । ପରେ ଉଭୟ ୨୦୧୧ ମସିହାରେ ବିବାହ କରିଥିଲେ । ସିଖ୍ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ବିବାହମକୁ ନେଇ କାହାରିକୁ ଜଣାଯାଇନଥିଲା । ଏହାର କିଛି ଦିନ ପରେ ଫିୟର ଫ୍ୟାକ୍ଟର- ଖତରୋଁ କି ଖିଲାଡି ସିଜିନ୍‌ ୫ର ପ୍ରତିଯୋଗୀ ଡିୟାନା ଉପ୍ପଲଙ୍କ ସହ ହନି ସିଂହଙ୍କ ନାଁ ଯୋଡା ଯାଇଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ବିବାଦ ଦେଖାଦେଇନଥିଲା ।

Show More

Related Articles

Back to top button