
ଟଲିଉଡ ପରେ ଏବେ ବଲିଉଡରେ ପାଦ ଥାପିଛନ୍ତି ଅପସରା ରାନୀ । ମାର୍ଚ୍ଚ ୨୬ରେ ରିଲିଜ ହେବାକୁ ଯାଉଛି ରାମଗୋପାଳ ବର୍ମାଙ୍କ ବଲିଉଡ ମୁଭି ଡି-କମ୍ପାନୀ । ଓଡିଆ ଅଭିନେତ୍ରୀ ଅପସରାଙ୍କୁ ବଲିଉଡରେ ଡେବ୍ୟୁ କରାଇଛନ୍ତି ନିର୍ଦ୍ଦେଶକ ରାମୁ ।ଟଲିଉଡରେ ବେଶ ନାଁ କମେଇଥିବା ଓଡିଆ ଅଭିନେତ୍ରୀଙ୍କ ଜଲୱା ଦେଖିବେ ବଲିଉଡ ପ୍ରେମୀ । ମାର୍ଚ୍ଚ ୨୬ରେ ରିଲିଜ୍ ହେବାକୁ ଥିବା ରାମଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ମୁଭି ଡି-କମ୍ପାନୀରେ ନଜର ଆସିବେ ଆଇଟମ ଗାର୍ଲ ଅପସରା ରାନୀ । ଏହାସହ ଏପ୍ରିଲ ୨ରେ ରିଲିଜ ହେବାକୁ ଥିବା ତେଲଗୁ ମୁଭି ଲୁଟମାର୍ ରେ ମଧ୍ୟ ଗୋପିଚାନ୍ଦଙ୍କ ସହ ନଜର ଆସିବେ ଅପସରା ।
କୋଭିଡ କଟକଣା କୋହଳ ପରେ ତେଲୁଗୁ ସୁପର ଷ୍ଟାର ରବି ତେଜାଙ୍କ ଅଭିନୀତ କ୍ରାକ୍ ଚଳଚିତ୍ରରେ ଅପସରାଙ୍କୁ ଏକ ଆଇଟମ ଡ୍ୟାନ୍ସରେ ଦେଖିବାକୁ ମିଳିଥିଲା । ଯାହାକୁ ୨କୋଟି ଦର୍ଶକ ସୋସିଆଲ ମିଡିଆରେ ଦେଖି ସାରିଲେଣି । ମୁଭି କ୍ରାକ ପ୍ରାୟ ୪୨କୋଟି ଟଙ୍କାର ବ୍ୟବସାୟ ମଧ୍ୟ କରିଛି, ଯେଉଁଥିରେ ଅପସରାଙ୍କ ଅଭିନୟ ଦେଖିବାକୁ ମିଳିଛି ।ରାମ ଗୋପାଳ ବର୍ମାଙ୍କ ଭଳି ନିର୍ଦ୍ଦେଶକଙ୍କ ବ୍ୟାନରରେ ଫିଲ୍ମ ପାଇବା ଅପସରାଙ୍କ ଲାଗି ଆଗକୁ ସୁଯୋଗ ସୃଷ୍ଟି କରିବ।