ଓଡ଼ିଶାଦେଶ ବିଦେଶ

ସାନିଟାଇଜ୍ ପରେ ଖୋଲିଲା ଶ୍ରୀମନ୍ଦିର, କୋଭିଡ୍ କଟକଣା କଡାକଡି

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆସିବା ପରେ ଏହା ଚିନ୍ତାଜନକ ବିଷୟ ପାଲଟିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । କେବଳ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସେବାୟତମାନେ ରହିଥିଲେ

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଭକ୍ତଙ୍କ ପାଦଚଲା ରାସ୍ତା, ଜୋତା ଷ୍ଟାଣ୍ଡ, ଶ୍ରୀମନ୍ଦିର ଚାରିଦ୍ୱାର, ବାଇଶି ପାହାଚ, ସ୍ନାନମଣ୍ଡପ ପ୍ରଭୃତିସ୍ଥାନକୁ ବିଶୋଧନ କରାଯାଇଛି । ଗତକାଲି ମନ୍ଦିର ସାନିଟାଇଜ୍‌ କରିବା ପରେ ଆଜି ପୁଣି ମନ୍ଦିର ଖୋଲିଛି । ଭକ୍ତମାନେ ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କାରଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ମାସ୍କ ବାଧ୍ୟତମୂଳକ ଭାବେ ପିନ୍ଧିବା, ସମାଜିକ ଦୂରତ୍ବ ଓ ହାତ ସାନିଟାଇଜ କରିବା ସହ କୋଭିଡ଼ ନିୟମକୁ କଡ଼ାକଡ଼ି କରାଯାଇଛି ।

Show More

Related Articles

Back to top button