ଦେଶ ବିଦେଶସ୍ୱାସ୍ଥ୍ୟ

ଆସନ୍ତା ୧୫ତାରିଖ ପରେ ଗର୍ଭବତୀମାନଙ୍କୁ ଟିକାକରଣ

ରାଜ୍ୟରେ ୧୫ତାରିଖ ପରେ ଗର୍ଭବତୀମାନଙ୍କୁ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଦିଆଯିବ ବୋଲି ପରିବାରକଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଶୁକ୍ରବାର ଏ ନେଇ ଗାଇଡ୍ ଲାଇନ୍ ଜାରି କରାଯିବ । ୧୫ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଅନ୍ୟପଟେ ଶୁକ୍ରବାର ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ଅଛି ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶାବଳୀରେ ଗର୍ଭବତୀ ମହିଳାଙ୍କ ଟିକା ନେବା ନେଇ ଚିନ୍ତା ଦୂର କରାଯାଇଥିଲା ।

ଏଥିରେ ସ୍ପଷ୍ଟ କରାଯାଇଥିଲା ଯେ, ଗର୍ଭବତୀ ମହିଳାଙ୍କ ପାଇଁ କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ଏହି ଟିକା ଅନ୍ୟ ଲୋକଙ୍କ ପରି ଗର୍ଭବତୀ ମହିଳାମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ଯୋଗାଇଥାଏ ବୋଲି ଏଥିରେ କୁହାଯାଇଥିଲା ।ମହିଳାମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶାବଳୀ ଦିଆଯାଇଥିଲା । ନିର୍ଦ୍ଦେଶାବଳୀରେ ଦର୍ଶାଯାଇଥିଲା ଯେ, ଅଧିକାଂଶ ଗର୍ଭବତୀ ମହିଳାଙ୍କର ସଂକ୍ରମଣର ସାମାନ୍ୟ ଲକ୍ଷଣ ଦେଖାଦିଏ, କିନ୍ତୁ ତାପରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଗର୍ଭସ୍ଥ ଶିଶୁଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ତେବେ କୋଭିଡ୍-୧୯ରୁ ନିଜକୁ ରକ୍ଷା କରିବା ପାଇଁ ସେମାନେ ସମସ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ତେଣୁ ଗର୍ଭବତୀ ମହିଳାମାନେ କରୋନା ଟିକା ପାଇବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଥିଲା ।

Show More

Related Articles

Back to top button