ସ୍ୱାସ୍ଥ୍ୟ

ଏସିଡ଼ିଟି ଓ ମାନସିକ ଦୁଶ୍ଚିନ୍ତାରୁ ଯଦି ଦୁରେଇ ରହିବାକୁ ଚାହୁଁଛନ୍ତି : ତେବେ ବ୍ୟବହାର କରନ୍ତୁ ତେଜପତ୍ର : ଆସନ୍ତୁ ଜାଣିବା ତେଜପତ୍ରର ଚମତ୍କାରୀ ଗୁଣ

ଭାରତୀୟ ଖାଦ୍ୟ ଗୁଡିକରେ ମସଲାକର ବ୍ୟବହାର ଅନେକ ହୋଇଥାଏ l ସେହିଭଳି ଗୋଟିଏ ମସଲା ହେଉଛି ତେଜପତ୍ର ,ଯାହାକୁ ଆମେ ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାଉ l ଏହା ଖାଇବାର ବାସ୍ନାକୁ ବଢାଇବା ସହିତ ଏଥିରେ ଥିବା ପୋଷକତତ୍ୱ ଶରୀର ପକ୍ଷ ହିତକର ଅଟେ

ତେଜପତ୍ର ଆଣ୍ଟିଆକ୍ସିଡେଣ୍ଟ ,ଭିଟାମିନ -ଏ ,ଭିଟାମିନ-ସି ,ଆଇରନ ,ଫୋଲିକ ଏସିଡ଼ି ଭରପୁର ମାତ୍ରାରେ ରାହିଛି l ତା ସହିତ ତେଜପତ୍ର ଆଣ୍ଟିଫୋଂଗାଲ ,ଆଣ୍ଟିବ୍ୟାକ୍ଟେରିଆ ଗୁଣ ଯୋଗୁ ଆୟୁର୍ବେଦରେ ଏହାକୁ ଅନେକ ବ୍ୟବହାର କରାଯାଏ l

* ୨୦୧୬ ରେ ଜର୍ଣ୍ଣାଲ ଅଫ କ୍ଲିନିକାଲ ଵୟୋ କେମେଷ୍ଟ୍ରିର ହୋଇଥିବା ଗବେଷଣାରେ କୁହାଯାଇଛି ଯେ ଯେଉଁ ଲୋକମାନେ ଦୁତୀୟ ପ୍ରକାରର ମଧୁମେହରବେ ଆକ୍ରାନ୍ତ ସେମାନଙ୍କୁ ତେଜପତ୍ର ସେବନ କରିବା ଆବଶ୍ୟକ l କାରଣ ଏହା ଦ୍ୱାରା ସେମାନଙ୍କ ଗ୍ଲୁକଜର ସ୍ତର ଠିକ ରହିବ l

* ତେଜପତ୍ର ବିଶେଷ କରି ଏକ ପ୍ରକାରର ଏଞ୍ଜାଇମ ରହିଛି ,ଯାହା ଡାଇଜେସନକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ l ଯଦି ଆପଣ ଏସିଡ଼ିଟି ସମସ୍ୟାରେ ଆକ୍ରାନ୍ତ ରହୁଛନ୍ତି ତେବେ ତେଜପତ୍ର ଚା ପିଇବା ଆବଶ୍ୟକ l

* ଯଦି ଶରୀରରେ ଖରାପ କୋଲେଷ୍ଟ୍ରଲ କମ କରିବାକୁ ଚାହୁଁଛନ୍ତି ତେବେ ତେଜପତ୍ରର ଉପଯୋଗ କରିବା ନିହାତି ଉଚିତ l ଏହା LDL ସ୍ତରକୁ କମ କରିଥାଏ ଓ ହୃତ୍ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

* ଅଜିଜକାଳୀ ମାନସିକ ଦୁଶ୍ଚିନ୍ତା ଯୋଗୁ ବିଭିନ୍ନ ପ୍ରକାରର ରୋଗରେ ମଣିଷ ମାନେ ଆକ୍ରାନ୍ତ ହେଉଛନ୍ତି l ଏହି ଭଳି ସ୍ତରରେ ଶରୀରରେ ଷ୍ଟ୍ରେସ ହର୍ମୋନ ସ୍ତରକୁ ତେଜପତ୍ର କମ କରିବାରେ ସାହାଯ୍ୟ କରେ ଓ ମସ୍ତିଷ୍କକୁ ଶାନ୍ତ ରଖେ l

* ଏହି ଗବେଷଣାରେ ଜଣାପଡିଛି ତେଜପତ୍ର ଆଣ୍ଟିମାଇକ୍ରୋବିଏଲ ରହିଛି ଯାହା ଶରୀରରେ ଯେକୌଣସି ସ୍ଥାନରେ ଘା ହୋଇଗଲେ ତାହାକୁ ଦ୍ରୁତ ଗତିରେ ଠିକ କରିଥାଏ l

Show More

Related Articles

Back to top button