Breaking PLUSଓଡ଼ିଶାଖେଳଦେଶ ବିଦେଶମୁଖ୍ୟ ଖବର

ଶହେ ମିଟର ପରେ ଦୁଇ ଶହ ମିଟରରେ ବି ନିରାଶ କଲେ ଦୂତୀ ଚାନ୍ଦ

ଅଲିମ୍ପିକ୍ସ ଶହେ ମିଟର ପରେ ଦୁଇ ଶହ ମିଟରରେ ବି ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ ୨୦୦ ମିଟର ସେମିଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ସେ ନିଜ ହିଟର ସପ୍ତମ ସ୍ଥାନରେ ରହିଥିଲେ । ୨୦୦ ମିଟରରେ ଚତୁର୍ଥ ହିଟରେ ଦୌଡ଼ିଥିଲେ ଦୂତୀ ।

୨୦୦ ମିଟର ଅତିକ୍ରମ କରିବା ପାଇଁ ଦୂତୀ ନେଇଥିଲେ ୨୩.୮୫ ସେକେଣ୍ଡ । ସପ୍ତମ ସ୍ଥାନରେ ରହିଥିଲେ । ଚଳିତ ସିଜିନରେ ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ୨୦୦ ମିଟରେ ପୂର୍ବରୁ ଦୂତୀଙ୍କର ଶ୍ରେଷ୍ଠ ଟାଇମିଂ ଥିଲା ୨୩.୦୦ ସେକେଣ୍ଡ ।

ପ୍ରଥମ ତିନି ଜଣ ଆଥଲେଟ୍ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ଶହେ ମିଟର ରେସରେ ବି ଫେଲ୍ ମାରିଥିଲେ ଦୂତୀ । ନିଜ ନାଁରେ ଥିବା ଜାତୀୟ ରେକର୍ଡ ଅନୁସାରେ ପ୍ରଦର୍ଶନ କରିପାରି ନଥିଲେ । ଶହେ ମିଟର ୧୧.୫୪ ସେକେଣ୍ଡରେ ଦୌଡ଼ିଥିଲେ । କିନ୍ତୁ ଏହି ଇଭେଣ୍ଟରେ ଦୂତୀଙ୍କର ବ୍ୟକ୍ତିଗତ ରେକର୍ଡ ୧୧.୧୭ ସେକେଣ୍ଡ ରହିଛି । ଏଥିସହ ଅଲିମ୍ପିକ୍ସରେ ଶେଷ ହୋଇଛି ଦୂତୀଙ୍କ ଅଭିଯାନ ।

Show More

Related Articles

Back to top button