Breaking PLUSଦେଶ ବିଦେଶମୁଖ୍ୟ ଖବର

ଏକ ସପ୍ତାହ ପରେ ହଟିଲା ସୁଏଜ କେନାଲରେ ଫସି ରହିଥିବା ଏଭର ଗିଭେନ୍‌ ଜାହାଜ

ହଟିଲା ସପ୍ତାହେ ଧରି ଇଜିପ୍ଟର ସୁଏଜ କେନାଲରେ ଫସି ରହିଥିବା ଜାଏଣ୍ଟ ସିପ୍‌ । ଗତ ମଙ୍ଗଳବାରଠାରୁ ସୁଏଜ କେନାଲରେ ଏହି ବିରାଟ ମାଲବାହୀ ଜାହାଜ ଫସି ରହିଥିଲା । ସପ୍ତାହର କସରତ ପରେ ଏହି ଜାହାଜକୁ ବାହାର କରାଯାଇଛି । ସୁଏଜ କେନାଲ ଅଥରିଟିର ଚେୟାରମ୍ୟାନ୍‌ ଏନେଇ ସୂଚନା ଦେଇଛନ୍ତି ।

ହଟିଲା ସପ୍ତାହେ ଧରି ଇଜିପ୍ଟର ସୁଏଜ କେନାଲରେ ଫସି ରହିଥିବା ଜାଏଣ୍ଟ ସିପ୍‌ । ଗତ ମଙ୍ଗଳବାରଠାରୁ ସୁଏଜ କେନାଲରେ ଏହି ବିରାଟ ମାଲବାହୀ ଜାହାଜ ଫସି ରହିଥିଲା । ସପ୍ତାହର କସରତ ପରେ ଏହି ଜାହାଜକୁ ବାହାର କରାଯାଇଛି । ସୁଏଜ କେନାଲ ଅଥରିଟିର ଚେୟାରମ୍ୟାନ୍‌ ଏନେଇ ସୂଚନା ଦେଇଛନ୍ତି । ଏହି ଜାହାଜର ନାଁ ଏଭର ଗିଭେନ୍‌ । ଏହାର ଲମ୍ବ ୪୦୦ ମିଟର ଓ ଚଉଡା ୫୯ ମିଟର । ଜାହାଜଟି ଚୀନ୍‌ରୁ ନେଦରଲ୍ୟାଣ୍ଡସ୍‌ର ପୋର୍ଟ ରୋଟେରଡମ୍‌ ଯାଉଥିଲା । ଏହି ସମୟରେ ବୁଲି ଯାଇଥିଲା ଓ ଅଟକି ଯାଇଥିଲା । ପ୍ରବଳ ପବନ ଯୋଗୁ ଜାହାଜଟି ବୁଲି ଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି ।

ଯେଉଁ ଦିନ ଜାହାଜଟି ଅଟକି ଯାଇଥିଲା, ସେହି ଦିନ ଘଣ୍ଟାପ୍ରତି ୫୦ କିଲୋମିଟର ବେଗରେ ପବନ ବୋହୁଥିଲା । ସୂଚନା ଅନୁସାରେ ଏହି ବିରାଟ ଜାହାଜକୁ ବାହାର କରିବା ପାଇଁ ଟଗ୍‌ ବୋଟ୍‌ସ୍‌ର ବ୍ୟବହାର କରାଯାଇଥିଲା । ଏହି ଟଗ୍‌ ବୋଟ୍‌ସ୍‌ ଦ୍ୱାରା ଜାହାଜକୁ ଟାଣି ଟାଟି ନିଆଯାଇଥାଏ । ଏହି ବରାଟ ଜାହାଜକୁ ବାହାର କରିବା ପାଇଁ ୧୦ଟି ଟଗ୍‌ ବୋଟ୍‌ସ ବ୍ୟବହାର ହୋଇଥିଲା । ଗତକାଲି ସକାଳ ସୁଦ୍ଧା ଜାହାଜର ୮୦ ପ୍ରତିଶତ ବାହାର କରାଯାଇଥିଲା । ଏହି ବିଶାଳ ଜାହାଜ ଉପରେ ୨.୨୦ ଲକ୍ଷରୁ ଅଧିକ ଟନ୍‌ର ସାମଗ୍ରୀ ରହିଥିଲା ।

ଏଭର ଗିଭେନ୍‌ ଫସି ରହିଥିବାରୁ ଅତି କମ୍‌ରେ ୩୬୭ଟି ଜାହାଜ ଅଟକି ରହିଥିଲା । ଜଳପଥରେ ସୃଷ୍ଟି ହୋଇଥିଲା ଟ୍ରାଫିକ୍‌ ଜାମ୍‌ । ଏବେ ରାସ୍ତା ଖୋଲିବା ଦ୍ୱାରା ଏହି ସବୁ ଜାହାଜ ବାହାରି ପାରିବେ । ଏହି ଜଳ ମାର୍ଗ ଦେଇ ଦୈନିକ ୯.୬ ଟ୍ରିଲିଅନ ଡଲାର ମୂଲ୍ୟର ସାମଗ୍ରୀର ବାଣିଜ୍ୟ କାରବାର ହୁଏ । ଦୈନିକ ୧୦୦ରୁ ଅଧିକ ସିପ୍‌ ଏହି ବାଟ ଦେଇ ଯାଇଥାଏ । ବାଟ ଅବରୋଧ ପରେ ପ୍ରଭାବିତ ହୋଇଥିଲା ବିଶ୍ୱ ବାଣିଜ୍ୟ । ସପ୍ଲାଏ ଚେନ୍‌ ଉପରେ ଏହାର ପ୍ରଭାବ ପଡ଼ିଛି ।

Show More

Related Articles

Back to top button