Breaking PLUSଓଡ଼ିଶାମୁଖ୍ୟ ଖବର

କଳାହାଣ୍ଡି ହାତୀ ମଡକର ଅନୁଧ୍ୟାନ ଲାଗି ଆଜି କର୍ଲାପାଟ ଯିବ ୪ ଜଣିଆ କେନ୍ଦ୍ରୀୟ ଟିମ୍

୨ ସପ୍ତାହ ମଧ୍ୟରେ କଳାହାଣ୍ଡି କର୍ଲାପାଟରେ ୬ ହାତୀଙ୍କ ମୃତ୍ୟୁ ଚିନ୍ତା ବଢାଇ ଦେଇଛି । ଦଳରେ ୮ଟି ହାତୀ ଥିବା ବେଳେ ସେଥିରୁ ୬ଟି ହାତୀର ମୃତ୍ୟୁ ହେ।ଇଛି । ତେବେ ହାତୀଙ୍କୁ ସୁରକ୍ଷା ଦେବା ଏବେ ବନ ବିଭାଗ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି ।

ଯାହାକୁ ରୋକାଯିବା ପାଇଁ ଚାଲିଛି ସବୁସ୍ତରରେ ଉଦ୍ୟମ । ତେବେ ଏହାର ସ୍ଥିତି ଅନୁଧ୍ୟାନ କରିବା ୫ଦିନ ପାଇଁ ୪ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି ଯିବେ । ଏହା ସହ କର୍ଲାପାଟ ଅଭାୟରଣ୍ୟରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଟ୍ରାପ୍ ଓ ଡ୍ରୋନ କ୍ୟାମେରା ଲଗାଯାଇଛି ।

ଯେଉଁ ରୋଗରେ ହାତୀମାନଙ୍କର ମୃତ୍ୟୁ ହେଲା ତାହା ଭାଇରାଲ ନୁହେଁ ବରଂ ବ୍ୟାକ୍ଟେରିୟା ଜନିତ ବୋଲି ଜଣାପଡିଛି । ସେଥିପାଇଁ କର୍ଲାପାଟର ପାଖାପାଖି ୨ ହଜାର ଗାଈଗୋରୁଙ୍କୁ ଭ୍ୟାକସିନ ଦିଆଯାଇଛି ।

ପ୍ରଥମ ଥର ପାଇଁ ବନ ବିଭାଗ ପକ୍ଷରୁ ଦୁଇ ପ୍ରକାର କ୍ୟାମେରା ବ୍ୟବହାର କରାଯାଇଛି ଗୋଟିକରେ ଥର୍ମାଲ ସେନ୍ସର ଲାଗିଛି । ଏହାଦ୍ବାରା ରାତିରେ ବି ହାତୀମାନଙ୍କ ଗତିବିଧି ନିରୀକ୍ଷଣ କରାଯାଇପାରିବ।

Show More

Related Articles

Back to top button