Breaking PLUSଦେଶ ବିଦେଶମୁଖ୍ୟ ଖବର

ଓଲଟିଲା ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌, ୩ ମୃତ

ପ୍ରବାସୀ ଶ୍ରମିକଙ୍କୁ ନେଉ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ୩ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଟିକମଗଡରେ ଏହି ଦୁର୍ଘଟଣା ଘଟିଛି।

ପ୍ରବାସୀ ଶ୍ରମିକଙ୍କୁ ନେଉ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ୩ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶର ଟିକମଗଡରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଆଜି ସକାଳୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଦିଲ୍ଲୀରୁ ଟିକମଗଡକୁ ଏକ ବସ୍‌ ବାହାରିଥିଲା। ତେବେ ମଧ୍ୟପ୍ରଦେଶର ଜୋରାସି ଅଞ୍ଚଳରେ ଏହି ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୩ ଜଣ ପ୍ରବସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

ସେପଟେ ବସ୍‌ରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ବସ୍‌ ଭିତରେ ଓ ବସ୍‌ ଛାତ ଉପରେ ଅତ୍ୟଧିକ ସଂଖ୍ୟାରେ ପ୍ରବାସୀ ନିଜ ଘରକୁ ଯିବା ପାଇଁ ବସିଥିଲେ। ତେଣୁ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିବା ପୁଲିସ କହିଛି।

Show More

Related Articles

Back to top button