ଓଡ଼ିଶାଦୁର୍ଘଟଣା

ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଗଲା ଗଲା ୪ ବଖରା ଘର

ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଗଲା ଗଲା ୪ ବଖରା ଘର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବୈରି ଥାନା ଅନ୍ତର୍ଗତ କାଇମାଟିଆ ଗ୍ରାମରେ । ବିଦୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁଯାୟୀ,ଗତକାଲି କାଇମାଟିଆ ଗାଁର ବାବନ ସାହୁଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ୪ ବଖରା ଚାଳ ଘର ଜଳିଯିବା ସହ ଆସବାବପତ୍ର, ଚାଉଳ ଓ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ସମ୍ପୂର୍ଣ ପୋଡି ନଷ୍ଟ ହୋଇଛି ।  ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ବିଦୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି ।

Show More

Related Articles

Back to top button