Breaking PLUSଓଡ଼ିଶାମୁଖ୍ୟ ଖବର

ୟୁପିରେ ଧାର୍ମିକ ସଭାରେ ଅଘଟଣ, 6 ମୃତ

ଉତ୍ତର ପ୍ରଦେଶର ବାଗପତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଧାର୍ମିକ ସମାରୋହରେ ଅଘଟଣ ଘଟି ପ୍ରାୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଧାର୍ମିକ ସମାରୋହରେ ବନ୍ଧା ଯାଇଥିବା ବାଉଁଶ ଭାଡ଼ି ଖସି ପଡ଼ିବା ପରେ ଏପରି ଅଘଟଣା ଘଟିଛି। ଲୋକେ ସମାରୋହରେ ଥିବା ବେଳେ ବାଉଁଶ ନିର୍ମିତ ମଞ୍ଚଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ପୁଲିସ ସୂଚନା ଅନୁଯାୟୀ, ଆଜି ବରୌଟରେ ଜୈନ ସମ୍ପ୍ରଦାୟ ଏକ ‘ଲଡ଼ୁ ମହୋତ୍ସବ’ ଆୟୋଜନ କରିଥିଲେ ଏବଂ ଶହ ଶହ ଲୋକ ଲଡ଼ୁ ପ୍ରଦାନ କରିବା ପାଇଁ ଏକ ମନ୍ଦିରରେ ପହଞ୍ଚିଥିଲେ। ଭକ୍ତମାନଙ୍କ ପାଇଁ ସେଠାରେ ଏକ ବାଉଁଶ ମଞ୍ଚ ନିର୍ମାଣ କରାଯାଇଥିଲା। ଲୋକଙ୍କ ଭାରରେ ଏହି ମଞ୍ଚଟି ଭୁଶୁଡ଼ି ପଡ଼ିଥିଲା।

Show More

Related Articles

Back to top button