Breaking PLUSଓଡ଼ିଶାମୁଖ୍ୟ ଖବର

ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍ ଭୁଷୁଡ଼ି ୩୦ ଆହତ

ଯାତ୍ରା ଆରମ୍ଭ ହେବା ପୂର୍ବରୁ ବଡ ଅଘଟଣ। ସାଲେପୁରରେ ଭୁଶୁଡିଲା ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍ । ଏଥିରେ ୩୦ରୁ ଅଧିକ ଦର୍ଶକ ଆହତ ହୋଇଥିବା ସୂଚନା ମିଳିଛି।  ରାଇସୁଙ୍ଗୁଡା ଶନି ପଡିଆରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୂତାବକ ଶୁକ୍ରବାରଠାରୁ ରାଜାରାଣୀ ଯାତ୍ରା ରାଇସୁଙ୍ଗୁଡା ଶନି ପଡିଆଠାରେ ଯାତ୍ରା ମଞ୍ଚସ୍ଥ କରୁଥିଲା। ଗତକାଲି ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଦର୍ଶକ ଙ୍କ ଗହଳି ଜମିଥିଲା। ଏତିକିବେଳେ ଦର୍ଶକ ମାନେ ଟିକେଟ୍ କାଟି ପ୍ରବେଶ କରୁଥିବାବେଳେ ହଠାତ୍ ଲୁହା ଏଣ୍ଟ୍ରି ଗେଟଟି ଭୁଶୁଡି ପଡିଥିଲା। ଏଥିରେ ପ୍ରାୟ ୩୦ରୁ ଅଧିକ ଦର୍ଶକ ଆହତ ହୋଇଥିବାବେଳେ ୬ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଏକାସଙ୍ଗରେ ଅଧିକ ସଂଖ୍ୟକ ଦର୍ଶକ ପ୍ରବେଶ କରିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

Show More

Related Articles

Back to top button