Breaking PLUSଦେଶମୁଖ୍ୟ ଖବର

ସକରାରଙ୍କ ବିକାଶ କାର୍ଯ୍ୟ ଯୋଗୁ କଂଗ୍ରେସ ଓ ତାର ଘମଂଡି ମେଂଟର ନିଦ ଉଡିଛି-ପିଏମ ମୋଦି

ଗୁରୁଗ୍ରାମ/ନୂଆଦିଲ୍ଲୀ, 11 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି ଯେ, ଏବେର ସରକାରଙ୍କ ବିକାଶ କାର୍ଯ୍ୟ ଯୋଗୁ କଂଗ୍ରେସ ଓ ତାର ଘମଂଡି ମେଂଟର ନିଦ ଉଡିଯାଇଛି । ସେ କହିଛନ୍ତି ଯେ, ସେ 2024ରେ ଏବେ ସୁଦ୍ଧା 10ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିସାରିଛନ୍ତି ।
ପ୍ରଧାନମନ୍ତ୍ରୀ ହରିୟାଣାର ଗୁରୁଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଶରେ ସଂପ୍ରସାରିତ ଏକ ଲକ୍ଷ କୋଟି ଟଙ୍କାର 112 ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଥିରେ ଜାତୀୟ ରାଜପଥ-48ରେ ଦିଲ୍ଲୀ- ଗୁରୁଗ୍ରାମ ମଧ୍ୟରେ ବହୁପ୍ରତୀକ୍ଷିତ ଦ୍ୱାରକା ଏକ୍ସପ୍ରେସୱେର ହରିୟାଣା ଖଣ୍ଡ ରହିଛି । 8 ଲେନ୍ ଦ୍ୱାରକା ଏକ୍ସପ୍ରେସ ୱେର 19 କିଲୋମିଟର ଲମ୍ବ ହରିୟାଣା ଖଣ୍ଡର ନିର୍ମାଣ 4,100 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ 10.2 କିଲୋମିଟର ଲମ୍ବ ଦିଲ୍ଲୀ- ହରିୟାଣା ବର୍ଡରରୁ ବସଇ ରେଳ ଓଭର ବ୍ରିଜ ଓ 8.7 କିଲୋମିଟର ଲମ୍ବ ବସଇ ରେଳ ଓଭର ବ୍ରିଜରୁ ଖେଡକୀ ଦୌଲା ଯାଏ ଦୁଇଟି ପ୍ୟାକେଜ ସାମିଲ ରହିଛି ।
ଇଂଡି ମେଂଟକୁ ନିଶାନା ସାଧି ପିଏମ କହିଛନ୍ତି ଯେ, ‘ଦେଶରେ ହେଉଥିବା ଲକ୍ଷ କୋଟି ଟଙ୍କାର ଏହି ବିକାଶ କାର୍ଯ୍ୟରେ ସବୁଠୁ ଅଧିକ ସମସ୍ୟା କେବଳ କଂଗ୍ରେସ ଓ ତାର ଘମଂଡି ମେଂଟକୁ ହେଉଛି । ସେମାନଙ୍କ ନିଦ ଉଡିଯାଇଛି । ଏଥିପାଇଁ ସେମାନେ କହୁଛନ୍ତି ଯେ, ମୋଦି ନିର୍ବାଚନ ପାଇଁ ଲକ୍ଷ କୋଟି ଟଙ୍କାର କାମ କରୁଛି । 10 ବର୍ଷରେ ଦେଶ ,ତେ ବଦଳିଯାଇଛି କିନ୍ତୁ କଂଗ୍ରେସ ଓ ତାର ସହଯୋଗୀମାନଙ୍କ ଚଷମା ବଦଳିନାହିଁ । ସେମାନଙ୍କ ଚଷମାର ନମ୍ବର ଆଜି ବି ସେହି ନକରାତ୍ମକ ଚିନ୍ତାଧାରା ବିଶିଷ୍ଟ ରହିଛି ।

Show More

Related Articles

Back to top button