ଓଡ଼ିଶା

ଏମାର ମଠରୁ ୪୫ ଖଣ୍ଡ ରୂପା ଇଟା ଜବତ କଲା ଦେବୋତ୍ତର ବିଭାଗ

ପୁରୀ: ପୁରୀ ଏମାର ମଠରୁ ପୁଣି ଉଦ୍ଧାର ହେଲା ୪୫ ଖଣ୍ଡ ରୁପାଇଟା । ଉଦ୍ଧାର ଇଟାକୁ ୨୦୧୦ ମସିହାରେ ଦେବୋତ୍ତର ବିଭାଗ ପକ୍ଷରୁ ତାଲିକାଭୁକ୍ତ କରାଯାଇଥିଲା । ମଠ ପରିସରରେ ଥିବା ଏକ ବନ୍ଦ କୋଠରୀର ମାଟିତଳୁ ଉଦ୍ଧାର କରାଯାଇଛି ଏହି ରୁପାଇଟା। ଦେବୋତ୍ତର ନିରୀକ୍ଷକ, ନୂଆ ଟ୍ରଷ୍ଟବୋର୍ଡ ଓ ପୋଲିସ ଉପସ୍ଥିତିରେ ଚଟାଣ ଖୋଳାଯାଇ ଜରି ଅଖା ଭିତରେ ଥିବା ୪୫ଟି ରୁପାଇଟାକୁ ବାହାର କରାଯାଇଛି।

୨୦୧୦ ମସିହାରେ ଏମାରମଠକୁ ଦେବୋତ୍ତର ବିଭାଗ ଦ୍ବାରା ଇନଭେଣ୍ଟରି କରାଯାଇ ମଠର ସମସ୍ତ ଆସବାବପତ୍ରକୁ ତାଲିକାଭୁକ୍ତ କରାଯାଇ ମଠରେ ରଖାଯାଇଥିଲା। ଏହି ତାଲିକାରେ ଉଦ୍ଧାର ହୋଇଥିବା ୪୫ ଖଣ୍ଡ ରୁପାଇଟା ମଧ୍ୟ ଥିଲା । ମଠ ଅସୁରକ୍ଷିତ ଥିବାରୁ ମଠ ମହନ୍ତ ରାଜଗୋପାଲ୍ ରାମାନୁଜ ଦାସ୍ ଏହାକୁ ଏକ ଚଟାଣ ତଳେ ପୋତି ରଖିଥିଲେ। ଦେବୋତ୍ତର ବିଭାଗର ତନାଘନା ପରେ ଏହାକୁ ଖୋଳାଯାଇ ଉଦ୍ଧାର କରାଯାଇଛି ।

ପ୍ରତି ରୁପା ଇଟାର ଓଜନ ୩୦ କିଲୋରୁ ଅଧିକ ବୋଲି ଜଣାପଡିଛି। ଏସମସ୍ତ ଇଟାର ମାପ ଓ ଓଜନ କରାଯାଇ ଏହାକୁ ନୂତନ ଟ୍ରଷ୍ଟବୋର୍ଡକୁ ହସ୍ତାନ୍ତର କରାଯାଇଛି । ୨୦୧୧ ମସିହାରେ ଏହି ତାଲିକା ବାହାରେ ୫୨୨ ଖଣ୍ଡ ରୁପାଇଟା ମଠ ପରିସରରୁ ଜବତ ହୋଇଥିଲା ।

Tags
Show More

Related Articles

Back to top button
Close