ବାଣିଜ୍ୟ

୪୧୮ ପଏଣ୍ଟକୁ ଚଢିଲା Sensex

ନିଫ୍ଟି ୧୭୬୦୦ ପାର, ଇତିହାସ ରଚିଲେ କମ୍ପାନୀ

ବମ୍ବେ ଷ୍ଟକଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ଗୁରୁବାର ନୂଆ ଇତିହାସ ରଚିଛି। ୪୧୮ ପଏଣ୍ଟକୁ ଉଠି ସେନସେକ୍ସ ୫୯ ହଜାର ୧୪୧ ସ୍ତରକୁ ଛୁଇଁଥିବା ବେଳେ ନିଫ୍ଟି ୧୧୦ ପଏଣ୍ଟ ଉଠି ୧୭ ହଜାର ୬୩୦ ସ୍ତର ପାର କରିଯାଇଛି। ଫଳରେ ସେୟାର ବଜାରରେ କମ୍ପାନୀମାନେ ନୂଆ ନୂଆ ରେକର୍ଡ କାୟମ କରିଛନ୍ତି। ସକାଳେ ବିଏସଇ ୫୮ ହଜାର ୮୮୧ ଓ ନିଫ୍ଟି ୧୭ ହଜାର ୫୩୯ରେ ଖୋଲିଥିଲା। ତେବେ ସପ୍ତାହର ଶେଷକାରବାରର ଦିନକ ପୂର୍ବରୁ ଷ୍ଟକ ମାର୍କେଟ ଏପରି ଉଛୁଳିବା ନିବେଶକଙ୍କୁ ମାଲାମାଲ କରିଦେଇଛି।ସେନସେକ୍ସର ୩୦ ସେୟାର ମଧ୍ୟରୁ ୧୪ଟି ଅଭିବୃଦ୍ଧି ସହ ସବୁଜ ସଂକେତରେ ଓ ୧୬ଟି ସେୟାର ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ଏଥିରେ ଇଣ୍ଡସଇଣ୍ଡ ବ୍ୟାଙ୍କର ସେୟାର ୭.୩୪ ଓ ଆଇଟିସି ସେୟାର ୬.୮୩ ପ୍ରତିଶତ ଅଭିବୃଦ୍ଧି ହାସ କରିଛି। ସେପଟେ ଟିସିଏସ୍ ସେୟାରରେ ୧ ପ୍ରତିଶତରୁ ଅଧିକ ହ୍ରାସ ଦେଖା ଯାଇଛି।

ଗୁରୁବାର ବଜାରରେ ବ୍ୟାଙ୍କିଙ୍ଗ ଓ ଏଫଏମସିଜି ସେୟାର୍ସ ବେଶ କାରବାର କରିଛନ୍ତି। ଫଳରେ ଏନଏସଇ ଇଣ୍ଡେକ୍ସରେ ସାର୍ବଜନିକ ବ୍ୟାଙ୍କ ୫.୪୩ ଓ ଏଫଏମସିଜି ଇଣ୍ଡେକ୍ସ ୧.୨୪ ଅଭିବୃଦ୍ଧି ସହ ବନ୍ଦ ହୋଇଛି।ତେବେ ଆଇଟି ଓ ମେଟାଲ ଇଣ୍ଡେକ୍ସରେ ୦.୦୫ ପ୍ରତିଶତରୁ ବି ଅଧିକ ହ୍ରାସ ଦେଖା ଯାଇଛି। ଗୁରୁବାର ବିଏସଇରେ ୩ ହଜାର ୪୨୫ଟି ସେୟାର କାରବାର ହୋଇଥିଲା। ଏଥିରୁ ୧ ହଜାର ୬୨୬ଟି ଅଭିବୃଦ୍ଧି ହାସଲ କରିଥିବା ବେଳେ ୧ହଜାର ୬୫୪ଟି ଲାଲ ସଂକେତରେ ବନ୍ଦ ହୋଇଛନ୍ତି। ଏହା ସହ ବିଏସଇରେ ମୋଟ ଲିଷ୍ଟେଡ କମ୍ପାନୀଙ୍କ ମୋଟ ବଜାର ପୁଞ୍ଜି (ମାର୍କେଟ କ୍ୟାପ୍) ପ୍ରଥମ ଥର ୨୬୦ ଲକ୍ଷ କୋଟି ଟଙ୍କା ସେପାଖକୁ ପହଞ୍ଚିଯାଇଛି। ଏହା ପୂର୍ବରୁ ବୁଧବାର ସେନସେକ୍ସ ୪୭୬ ପଏଣ୍ଟ ଚଢି୫୮ ହଜାର ୭୨୩ରେ ଓ ନିଫ୍ଟି ୧୩୯ ପଏଣ୍ଟ ଉଠି ୧୭ ହଜାର ୫୧୯ ସ୍ତରରେ ବନ୍ଦ ହୋଇଥିଲା।ଆଡଜେଷ୍ଟ ଗ୍ରସ ରେଭିନ୍ୟୁ (ଏଜିଆର)ରେ ୪ ବର୍ଷର ମହଲତ ଯୋଗୁ ଗୁରୁବାର ଭୋଡା-ଆଇଡିଆ ସେୟାର ୨୭ ପ୍ରତିଶତରୁ ବି ଅଧିକ ୧୧.୪୦ ଟଙ୍କାରେ କାରବାର କରି ବନ୍ଦ ହୋଇଛି। ସେହିପରି ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ସେୟାର ଗୁରୁବାର ୪୪୩ ଟଙ୍କାରେ ପହଞ୍ଚିଯାଇଛି। ଏଥିରେ ଏୟାରଟେଲର ମାର୍କେଟ କ୍ୟାପିଟାଲ ୪.୪ ଲକ୍ଷ କୋଟି ଟଙ୍କାକୁ ପାର ହୋଇଯାଇଛି। କେବଳ ଏୟାରଟେଲ ନୁହେଁ ଗୁରୁବାରର କାରବାର ଦେଶର ଶୀର୍ଷ ଆଇଟି କମ୍ପାନୀ ଟିସିଏସକୁ ଦେଶର ୨୦୦ ବିଲିୟନ ଡଲାର ବଜାର ପୁଞ୍ଜିର କମ୍ପାନୀରେ ପରିଣତ କରିଛି। କମ୍ପାନୀକୁ ୧୦୦ ବିଲିୟନ ଡଲାରର କମ୍ପାନୀରେ ପରିଣତ ହେବାକୁ ୧୩ ବର୍ଷ ଲାଗିଥିଲା। ତେବେ ପରବର୍ତ୍ତି ୧୦୦ ବିଲିୟନ ଡଲାରର ଲକ୍ଷ ମାତ୍ର ୩ ବର୍ଷରେ ହାସଲ କରିନେଇଛି।

Show More

Related Articles

Back to top button