Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଅଘଟଣ ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର, ୪ଜଣ ଗୁରୁତର

ରାଜଧାନୀରେ ଅଘଟଣ । ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର । ଚନ୍ଦ୍ରଶେଖରପୁର ଓମଫେଡ୍ ପାର୍ଲର ପାଖରେ ଥିବା ଟ୍ରାନ୍ସଫର୍ମର ଫାଟିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ରାଜଧାନୀରେ ଅଘଟଣ । ଫାଟିଲା ବିଦ୍ୟୁତ ଟ୍ରାନ୍ସଫର୍ମର । ଚନ୍ଦ୍ରଶେଖରପୁର ଓମଫେଡ୍ ପାର୍ଲର ପାଖରେ ଥିବା ଟ୍ରାନ୍ସଫର୍ମର ଫାଟିବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ଭିତରେ ଟ୍ରାନ୍ସଫର୍ମର ପାଖରେ ଜଳଖିଆ ଦୋକାନ କରିଥିବା ବାପା ଓ ପୁଅ ଥିବା ଜଣା ପଡ଼ିଛି । ୪ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ ଅଗ୍ନିଶମ ବାହିନୀ । ତେବେ କେମିତି ଏହା ଫାଟିଲା ତାହା ଅସ୍ପଷ୍ଟ ରହିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକ ଆତଙ୍କିତ ହୋଇ ପଡିଛନ୍ତି ।

Show More

Related Articles

Back to top button