ଖେଳ

ବାକି ପଡ଼ିଛି ୩୬ କୋଟି ଟଙ୍କା, ଦେଉନାହାନ୍ତି କମ୍ପାନୀ, ହାଇକୋର୍ଟର ଦ୍ୱାରସ୍ଥ ହେଲେ ଦାଦା

ଭାରତୀୟ କ୍ରିକେଟ୍‌ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବାକି ପଡ଼ିଥିବା ଟଙ୍କା ଆଦାୟକୁ ନେଇ ବମ୍ୱେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ଗାଙ୍ଗୁଲି ଦୁଇ ପୁରୁଣା ମ୍ୟାନେଜ୍‌ମେଣ୍ଟ କମ୍ପାନୀ ପରସୋପ୍ଟ ଟ୍ୟାଲେଣ୍ଟ ମ୍ୟାନେଜ୍‌ମେଣ୍ଟ ଲିମିଟିଡ୍‌ ଏବଂ ପରସୋପ୍ଟ ଡି ମାର୍କ ଇଣ୍ଡିଆ ଲିମିଟେଡ୍‌ ବିରୋଧରେ ମାମଲା ଦାଏର କରିଛନ୍ତି । ୨୦୧୮ରୁ ବାକି ପଡ଼ିଥିବା ଟଙ୍କା ଆଦାୟକୁ ନେଇ ଦିଆଯାଇଥିବା ଆଦେଶକୁ ଲାଗୁ କରିବା ପାଇଁ ଅପିଲ୍‌ କରିଛନ୍ତି ।ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ସୌରଭ ଗାଙ୍ଗୁଲି ଏନେଇ କହିଛନ୍ତି ଯେ, ଦୁଇ କମ୍ପାନୀ ନିଜର ସମ୍ପତ୍ତି ସାଧାରଣରେ ପ୍ରକାଶ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦିଆଯାଉ । ଏହି ମାମଲାରେ ଜଷ୍ଟିସ୍‌ ଏକେ ମେନନ୍‌ଙ୍କୁ ନେଇ ଗଠିତ ଜଣିକିଆ ବେଞ୍ଚ ସାମ୍ନାରେ କମ୍ପାନୀ ପକ୍ଷରୁ ୨୦ ଜୁଲାଇ ଭିତରେ ସମୁଦାୟ ସମ୍ପତ୍ତିର ତଥ୍ୟ ରଖିବାକୁ କୁହାଯାଇଛି ।

କମ୍ପାନୀଙ୍କ ଉପରେ ୩୬ କୋଟି ଟଙ୍କା ବାକି ରହିଛି। ଯେଉଁଥିରେ ୧୪.୫୦ କୋଟି ଟଙ୍କା ମୂଳଧନ ଥିବା ବେଳେ ବାକି ଟଙ୍କା ଏହାର ସୁଧ ହୋଇଥିବା ସୌରଭ କହିଛନ୍ତି ।ଦୁଇ କମ୍ପାନୀଙ୍କ ନେଣଦେଣ ଉପରେ ରୋକ ଲଗାଇବା ପାଇଁ ସେ କୋର୍ଟଙ୍କୁ ଅପିଲ୍‌ କରିଛନ୍ତି । କମ୍ପାନୀର ନିର୍ଦ୍ଦେଶକମାନେ କମ୍ପାନୀର ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଦୁଇ କମ୍ପାନୀର ଓକିଲ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜୁଲାଇ ୨୦ ତାରିଖ ଭିତରେ ହିଁ କମ୍ପାନୀର ସ୍ଥାବର ଅସ୍ଥାବର ସମ୍ପତ୍ତିର ତଥ୍ୟ ରଖିବେ ବୋଲି ଗଣମାଧ୍ୟମକୁ କହିଥିବା ଜଣାପଡ଼ିଛି ।

Show More

Related Articles

Back to top button