ଦେଶ ବିଦେଶ

ଦେଶରେ ଦିନକରେ ୧ ଲକ୍ଷ ୪୫ହଜାର ୩୮୪ କରୋନା ସଂକ୍ରମିତ ଚିହ୍ନଟ, ୭୯୪ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଲାଣି କରୋନା ସଂକ୍ରମଣ । ଦିନକରେ ଲକ୍ଷେ ୪୫ହଜାର ୩୮୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୯୪ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ୨୪ଘଣ୍ଟାରେ ୭୭ହଜାର ୫୬୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ ଆକ୍ଟିଭ କେସ୍ ୧୦ଲକ୍ଷ ୪୬ହଜାର ୬୩୧ଥିବା ବେଳେ ମୃତ୍ୟୁସଂଖ୍ୟା ଲକ୍ଷେ ୬୮ହଜାର ୪୩୬ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ସଂକ୍ରମଣ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଗୋଟିଏ ଦିନରେ ୫୮ ହଜାର ୯୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୦୧ ଜଣକ ମୃତ୍ୟୁ ହୋଇଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨ ଲକ୍ଷ ୮୮ ହଜାର ୫୪୦ରେ ପହଞ୍ଚିଛି । ସେପଟେ ଦିଲ୍ଲୀରେ ଗୋଟିଏ ଦିନରେ ନୂଆ ୮ ହଜାର ୫୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଛତିଶଗଡରେ ସ୍ଥିତି ସଙ୍ଗିନ ଥିବାବେଳେ ଗୁଜରାଟରେ ମଧ୍ୟ ପରିସ୍ଥିତି ଜଟିଳ ରହିଛି । ଗୁ

ଗୋଟିଏ ଦିନରେ ୪ ହଜାର ୫୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁରତ ଓ ଅହମ୍ମଦାବାଦରୁ ଆସିଛି ୪୫ ପ୍ରତିଶତ କେସ୍ । ଭାରତରେ ଆକ୍ଚିଭ୍ କେସ୍ ୭ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୨୭ ପ୍ରତିଶତ ରହିଛି । ସେହିଭଳି ସୁସ୍ଥ ହାର ରହିଛି ୯୧ ପ୍ରତିଶତ ।

Tags
Show More

Related Articles

Back to top button
Close