ଓଡ଼ିଶା

ସୁସ୍ଥ ହେଲେ ଆଉ ୭୨ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଛନ୍ତି । ସୋନପୁରରୁ ୯, ବଲାଙ୍ଗିରରୁ ୭, ଜଗତସିଂହପୁରରୁ ୬, କଟକ, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, ବାଲେଶ୍ୱର ଓ ମୟୂରଭଞ୍ଜରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା, କନ୍ଧମାଳ ଓ ସମ୍ବଲପୁର ୩ ଜଣ ଲେଖାଏଁ ଓ ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଆଜି ୭୨ ଜଣ ସୁସ୍ଥ ହେବା ପରେ ସୁସ୍ଥ ସଂଖ୍ୟା ୨୩୫୪କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୧ ହଜାର ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଆଜି ଭୁବନେଶ୍ୱରର ଜଣେ ୩୮ ବର୍ଷିଆ କୋଭିଡ୍ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ହୋଇଛି । ସେ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ । ତାଙ୍କର ଅଙ୍ଗପ୍ରତ୍ୟଙ୍ଗ କାମ ନକରିବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Show More

Related Articles

Back to top button