
ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ତେଲୁଗୁ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସାଲାର୍’ର ଟ୍ରେଲର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ଜୁଲାଇରେ ଟିଜର ରିଲିଜ୍ ହୋଇଥିବା ବେଳେ ଏବେ ଟ୍ରେଲର ରିଲିଜର ତାରିଖ ଘୋଷଣା କରିଛନ୍ତି ନିର୍ମାତା। ସୁପରଷ୍ଟାର ପ୍ରଭାସଙ୍କ ପ୍ରଶଂସକମାନେ ଫିଲ୍ମ ‘ସାଲାର’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଏହି ଚଳଚ୍ଚିତ୍ର ଆସନ୍ତା ମାସ ଡିସେମ୍ବର ୨୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ‘ସାଲାର’ର ଟିଜର ରିଲିଜ୍ ପରେ ଏହାକୁ ପ୍ରଭାସଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ପ୍ରଶଂସକମାନେ ‘ସାଲାର’ ଟ୍ରେଲରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୂଚନା ଅନୁସାରେ ଆସନ୍ତାକାଲି ଫିଲ୍ମର ଟ୍ରେଲର ରିଲିଜ୍ ହେବ। ଫିଲ୍ମର ଟ୍ରେଲର ଡିସେମ୍ବର ୧ରେ ସନ୍ଧ୍ୟା ୭ଟା ୧୯ରେ ମୁକ୍ତିଲାଭ କରିବ। ପ୍ରଭାସ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରି ଟ୍ରେଲର ରିଲିଜ ହେବାର ତାରିଖ ଏବଂ ସମୟ ଘୋଷଣା କରିଛନ୍ତି। ତାରିଖ ଘୋଷଣା ପରେ ‘ସାଲାର ପାର୍ଟ-୧’ର ଟ୍ରେଲରକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ପ୍ରଭାସଙ୍କ ଏହି ଫିଲ୍ମରେ ଭର୍ପୂର ଆକ୍ସନ ଦେଖିବାକୁ ମିଳିବ ବୋଲି ଟିଜର୍ ଦେଖି ଅନୁମାନ କରାଯାଉଛି। ୧ ମିନିଟ୍ ୪୬ ସେକେଣ୍ଡ୍ର ଏହି ଟିଜର୍କୁ ଦର୍ଶକଙ୍କ ଭଲପାଇବା ମିଳିଛି। ଫିଲ୍ମଟିରେ ଆକ୍ସନ ସହ ରୋମାଞ୍ଚ ବି ଦେଖିବାକୁ ମିଳିବ ।