Breaking PLUSଦେଶ ବିଦେଶମୁଖ୍ୟ ଖବର

ରାଜସ୍ଥାନର ଜୟପୁରରୁ ଆଇଏସଆଇ ଗୁପ୍ତଚର ଗିରଫ, ପାକିସ୍ତାନକୁ ପଠାଉଥିଲେ ଗୁଇନ୍ଦା ସୂଚନା

ରାଜସ୍ଥାନ ପୋଲିସର ସିଆଇଡି ଜୟପୁରରୁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ଜଣେ ଏଜେଣ୍ଟକୁ ଗିରଫ କରିଛି । ଗିରଫ ଗୁପ୍ତଚର ହେଉଛି ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀ ଯିଏ ପାକିସ୍ତାନ ପାଇଁ କାମ କରୁଥିଲେ ।

ରାଜସ୍ଥାନ ପୋଲିସର ସିଆଇଡି ଜୟପୁରରୁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ଜଣେ ଏଜେଣ୍ଟକୁ ଗିରଫ କରିଛି । ଗିରଫ ଗୁପ୍ତଚର ହେଉଛି ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀ ଯିଏ ପାକିସ୍ତାନ ପାଇଁ କାମ କରୁଥିଲେ । ଅଭିଯୋଗ ହୋଇଛି ଯେ MES ର ସିଭିଲ୍ ଡିଫେନ୍ସ କର୍ମଚାରୀ ରାମନିଭାସ ପାକିସ୍ତାନରେ ବସିଥିବା ହ୍ୟାଣ୍ଡେଲର୍ଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେନା ସହ ଜଡିତ ସୂଚନା ତଥା ଅନ୍ୟାନ୍ୟ ସୂଚନା ସବୁ ପାକିସ୍ତାନରେ ବସିଥିବା ଆଇଏସଆଇର ଅଧିକାରୀ ମାନଙ୍କ ନିକଟକୁ ପଠାଉଥିଲେ । ବର୍ତ୍ତମାନ ଏ ସମ୍ପର୍କରେ ଜୟପୁର ପୋଲିସ କିଛି ଅଧିକ ସୂଚନା ପ୍ରଦାନ କରିନାହିଁ । ଗିରଫ ଯୁବକଜଣଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ସ୍ୱତନ୍ତ୍ର ଟିମ୍ ପଚରା ଉଚୁରା କରୁଥିବା ଜଣାପଡିଛି ।

Show More

Related Articles

Back to top button