ଦେଶ ବିଦେଶ

ମାସ୍କ ପିନ୍ଧି ଆତ୍ମସମର୍ପଣ କଲେ ୫ ମାଓବାଦୀ

ରାୟପୁର: ଦୁନିଆ କରୋନା ସହ ଲଢ଼ୁଥିବା ବେଳେ ବନ୍ଦ ହୋଇଯାଇଛି ରୋଜଗାର । ଲକଡାଉନ୍ ଭିତରେ ଦେଶର ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଥିବା ବେଳେ ଭୁଶୁଡ଼ିବାରେ ଲାଗିଛି ଲାଲଗଡ଼ । ପୂର୍ବରୁ ମାଓବାଦୀମାନେ ଜଙ୍ଗଲରେ ବିଚରଣ କରିବା ସହ ଗାଁ ଗହଳିରୁ ଲୋକଙ୍କ ଠାରୁ ଚାଉଳ ନେବା ସହ ଦାଦାବଟି ଆଦାୟ କରି ଚଳୁଥିଲେ। କରୋନା ଲକଡାଉନ୍ ପରେ ଠିକା କାମ ବନ୍ଦ ହେବା ଫଳରେ ସେମାନଙ୍କୁ ପୂର୍ବଭଳି ଆଉ ଚାନ୍ଦା ମିଳୁନିଷ ଫଳରେ ଲାଲଗଡ଼ରୁ ବାହାରି ବିକାଶର ତ୍ସୋତରେ ସାମିଲ୍ ହେବାକୁ ଆତ୍ମସମର୍ପଣ କରିଛନ୍ତି ୫ ଜଣ ମାଓବାଦୀ । ଛତିଶଗଡ଼ ସୁକମା ଜିଲ୍ଲାରେ ଆଜି ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିଥିଲେ । ସେଥିମଧ୍ୟରୁ ୨ ଜଣଙ୍କୁ ଧରାଇଦେଲେ ସରକାର ୫ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ । ସୁକମା ଏଏସପି ସିଦ୍ଧାର୍ଥ ତିୱାରୀ, ଏସପି ଶଲଭ ସିହ୍ନା ଓ ସିଆରିପିଏ ଅଫିସରଙ୍କ ଉପସ୍ଥିତିରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସୁକମା ଏସପି ସୂଚନା ଦେଇଛନ୍ତି ।

Show More

Related Articles

Back to top button