ଓଡ଼ିଶା

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଗୃହମନ୍ତ୍ରୀଙ୍କ ମନ୍ତବ୍ୟ : ଆପୋସ ବୁଝାମଣାରେ ସମାଧାନ

ଭୁବନେଶ୍ୱର,(ଉ.ପ୍ର.ନ୍ୟୁଜ୍‍ସର୍ଭିସ୍‍): ଓଡ଼ିଶା ଓ ଛତିଶଗଡ଼ର ମିଳିତ ସହଯୋଗରେ ଏବଂ ଅ।ପୋସ ବୁଝାମଣା ମାଧ୍ୟମରେ ମହାନଦୀ ଜଳବିବାଦର ସମାଧାନ ସମ୍ଭବୟ ତେବେ ଏଥିପାଇଁ କେନ୍ଦ୍ର ନେତୃôବ ନେବା ଉଚିତ ବୋଲି ଛତିଶଗଡ଼ ଗୃହ ମନ୍ତ୍ରୀ ତାମ୍ରଧ୍ୱଜ ସାହୁ କହିଛନ୍ତି। ଛତିଶଗଡ଼ର ଗୃହ ମନ୍ତ୍ରୀ ଅ।ଜି ଓଡ଼ିଶା ଗସ୍ତରେ ଅ।ସିଥିବାବେଳେ ଗଣମାଧ୍ୟମ ପ୍ରତିନିଧି ମହାନଦୀ ବିବାଦ ଉପରେ ତାଙ୍କର ପ୍ରତିକ୍ରିୟା ଲୋଡ଼ିଥିଲେୟ ତେବେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ମହାନଦୀ ଜଳବିବାଦର ସମାଧାନର ବାଟ କେନ୍ଦ୍ର ପାଖରେ ଅଛି, କେନ୍ଦ୍ର ଚାହିଁଲେ ଦୁଇ ରାଜ୍ୟ ମଧ୍ୟରେ ପାରସ୍ପରିକ ଅ।ଲୋଚନା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ। ଛତିଶଗଡ଼ର ଗୃହ ମନ୍ତ୍ରୀଙ୍କ ଏ ପ୍ରକାର ବିବୃତି େସେତଟା ଉତ୍ସାହଜନକ ନୁହେଁ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା ମତ ରଖିଛନ୍ତିୟ ମହାନଦୀ ଉପରେ ଯେଉଁ ପ୍ରକଳ୍ପଗୁଡ଼ିକ ର୍ନିମାଣ କରାଯାଇଛି ସେ ସମ୍ପର୍କରେ ଛତିଶଗଡ଼ ସରକାରଙ୍କ ଅ।ଭିମୁଖ୍ୟ ସ୍ପଷ୍ଟ ହେଉନାହିଁ ବୋଲି ସେ କହିଛନ୍ତିୟ ଉଲ୍ଲେଖଯୋଗ୍ୟ ଯେ ଅତୀତରେ ମହାନଦୀ ଉପରେ ବେଅ।ଇନ ବ୍ୟାରେଜ ଓ ବନ୍ଧ ର୍ନିମାଣ ଯୋଗୁଁ ମହାନଦୀର ନିରନ୍ତର ଜଳପ୍ରବାହ ବାଧାପ୍ରାପ୍ତ ହୋଇଛିୟ ଓଡ଼ିଶା ବାରମ୍ବାର ଏଥିନେଇ ପ୍ରତିବାଦ କରିଅ।ସୁଛି। ରାଜନୈତିକ ସ୍ତରରେ ଶାସକ ଦଳଠାରୁ ଅ।ରମ୍ଭ କରି ବିରୋଧୀ ଦଳଗୁଡ଼ିକ ସ୍ୱର ଉତ୍ତୋଳନ କରିଛନ୍ତିୟ ସୁଦର୍ଶନ ଦାସଙ୍କ ନେତୃôବରେ ମହାନଦୀ ବଞ୍ଚାଅ ଅ।ନ୍ଦୋଳନ ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ଅ।ନ୍ଦୋଳନ କରିବା ସହିତ ଦିଲ୍ଲୀ ଯାଇ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣାର ଅ।ୟୋଜନ କରିଥିଲା।ଛତିଶଗଡ଼ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସହଯୋଗର ଭରସା ନପାଇ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେୟ ସୁପ୍ରିମକୋର୍ଟ ମହାନଦୀ ଟ୍ରାଇବୁନାଲ ଗଠନ ପାଇଁ ରାୟ ଦେଇଥିଲେୟ ଏହି ଟ୍ରାଇବୁନାଲ ଗତ ସେପ୍ଟେମ୍ବରରେ ଶୁଣାଣି ସମୟରେ ଦୁଇ ରାଜ୍ୟ ଓଡ଼ିଶା ଏବଂ ଛତିଶଗଡ଼ ପରସ୍ପର ବୁଝାମଣା ଭିତ୍ତିରେ ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ତଦନୁସାରେ ଓଡ଼ିଶାର ଏକ ବୈଷୟିକ ଟିମ ଛତିଶଗଡ଼ ଯାଇଥିଲା ଏବଂ ଛତିଶଗଡ଼ର ଏକ ଟିମ୍‍ ଗତ ନଭେମ୍ବରରେ ଓଡ଼ିଶାକୁ ଅ।ସିଥିଲାୟ ଏହି ଦୁଇ ରାଜ୍ୟର ବୈଷୟିକ ଟିମ୍‍ ଟ୍ରାଇବୁନାଲକୁ କି ରିପୋର୍ଟ ଦେଇଛନ୍ତି ସେ ତଥ୍ୟ ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଅ।ସିନାହିଁ।

Show More

Related Articles

Back to top button